ଭୁବନେଶ୍ବରରୁ ଆଜି ୧୯୦ କରୋନା ପଜିଟିଭ୍ ଚିହ୍ନଟ‌, ସୁସ୍ଥ ହେଲେ ୫୬ ଜଣ

Advertisment
ଭୁବନେଶ୍ବରରୁ ଆଜି ୧୯୦ କରୋନା ପଜିଟିଭ୍ ଚିହ୍ନଟ‌, ସୁସ୍ଥ ହେଲେ ୫୬ ଜଣ

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୧୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୭୦୨ରେ ପହଂଚିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

ବିଏମ୍‌ସିର ସୂଚନା ଅନୁସାରେ ଆଜି ଭୁବନେଶ୍ବରରେ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୨ ହଜାର ୩୨୦ରେ ପହଂଚିଛି। ଏଯାଏଁ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି। ଏବେ ୧୧୧୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ବଡ଼ଗଡ଼, ଝାରପଡ଼ା, ମଞ୍ଚେଶ୍ବର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe