ଛତ୍ରପୁର : ୨୦୨୦ରେ ଦୈବ ଦୁର୍ଘଟଣା‌ ନେଇଛି ୧୯୪ ଜୀବନ

ବୁଡ଼ି ମରିଛନ୍ତି ୧୦୧, ସାପ କାମୁଡ଼ାରେ ୫୬

ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ଛତ୍ରପୁର : ୨୦୨୦ ମସିହାରେ ଦୈବ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାରେ ୧୯୪ଜଣଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ଜଳାଶୟ ଓ ପୋଖରୀରେ ବୁଡ଼ି ସର୍ବାଧିକ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସାପକାମୁଡ଼ାରେ ୫୬, ବଜ୍ରାଘାତରେ ୧୭, ଅଗ୍ନିକାଣ୍ଡରେ ୮ ଓ ଅଂଶୁଘାତରେ ୨ ଜଣ ପ୍ରାଣ ହରାଇଛନ୍ତି। ତେବେ ଦୈବ ଦୁର୍ଘଟଣ‌ାରେ ଜୀବନ ହରାଉଥିବା ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

publive-image medium.com

ଅନେକ ମୃତକଙ୍କ ପରିବାରବର୍ଗ ବର୍ଷ ବର୍ଷ ଧରି ସହାୟତା ରାଶି ପାଇବାରୁ ବଞ୍ଚିତ ଅଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା, ପୁଲିସ ଓ ତହସିଲସ୍ତରରେ ଯୁଗ୍ମ ତଦନ୍ତ ରିପୋର୍ଟ ନ ଆସିବା ଓ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଭଳି ବିଭିନ୍ନ କାରଣରୁ ମାମଲା ଗୁଡ଼ିକ ଫଇସଲା ନହୋଇ ପଡ଼ି ରହିଛି। ମୃତକଙ୍କ ପରିବାର ବାରମ୍ବାର ପ୍ରାଶାସନିକ ଅଧିକାରୀଙ୍କୁ ଗୁହାରି କରି ନିରାଶ ହେଉଛନ୍ତି। ବିଭାଗ ମଧ୍ୟରେ ପରସ୍ପର ସମନ୍ବୟ ଅଭାବରୁ ସହାୟତା ରାଶି ମିଳିବାରେ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ପ୍ରାଶାସନିକ ଓ ରାଜନୈତିକସ୍ତରରେ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe