ଧାନ ସଂଗ୍ରହକୁ ସ୍ବଚ୍ଛ କରିବ ‘୧୯୬୭’; ଚାଷୀ ଜାଣିବ ଜମି, ବିକ୍ରି ଯୋଗ୍ୟ ଧାନ ତଥ୍ୟ

Advertisment
ଧାନ ସଂଗ୍ରହକୁ ସ୍ବଚ୍ଛ କରିବ ‘୧୯୬୭’; ଚାଷୀ ଜାଣିବ ଜମି, ବିକ୍ରି ଯୋଗ୍ୟ ଧାନ ତଥ୍ୟ

odishanewslens.com

ଭୁବନେଶ୍ବର : ଧାନ ସଂଗ୍ରହକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ଇଣ୍ଟରଆକ୍ଟିଭ୍ ଭଏସ୍‌ ରେସପନ୍ସ (ଆଇଭିଆର୍‌ଏସ୍‌) ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହା ଜରିଆରେ ଚାଷୀମାନେ ପଞ୍ଜୀକୃତ ମୋବାଇଲ ନମ୍ବର ୧୯୬୭କୁ ଫୋନ୍‌ କରି ଧାନ ସଂଗ୍ରହ ସମ୍ବନ୍ଧରେ ଆବଶ୍ୟକ ତଥ୍ୟ ପାଇପାରିବେ ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ପରିସରରେ ଆଇଭିଆରଏସ୍‌ ବ୍ୟବସ୍ଥାର ଲୋକାର୍ପଣ ଅବସରରେ ଶ୍ରୀ ସ୍ବାଇଁ କହିଥିଲେ, ପି-ପାସ୍‌ ଏବଂ ଆଗୁଆ ଟୋକନ୍‌ ଯୋଗୁଁ ଗତ ଖରିଫ ଅପେକ୍ଷା ଚଳିତ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ୫ପ୍ରତିଶତ ଅଧିକ ହୋଇପାରିଛି।

ଚାଷୀମାନେ ଯେପରି ସୁବିଧା ଏବଂ ସହଜରେ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ, ସେଥିପାଇଁ ବିଭାଗ ପକ୍ଷରୁ ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ପାଇଁ ଗୁରୁତ୍ବ ଦିଆଯାଉଛି। ଆଇଭିଆର୍‌ଏସ୍‌ ପ୍ରଚଳନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ଚାଷୀମାନଙ୍କୁ ସଚେତନ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ୧୯୬୭କୁ ଫୋନ୍‌ କଲେ ଆଇଭିଆର୍‌ଏସ୍‌ ମାଧ୍ୟମରେ ଆବଶ୍ୟକ ତଥ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ଚାଷୀ ଘରେ ବସି ପଂଜୀକୃତ ମୋବାଇଲରେ ଏହି ସୁବିଧା ପାଇବ। ଏହି ପ୍ରକ୍ରିୟାର ନିୟମିତ ନିରୀକ୍ଷଣ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି। ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସ ଆଇଭିଆରଏସ୍‌ ସମ୍ପର୍କରେ ସୂଚନା ପ୍ରଦାନ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ଧାନ ସଂଗ୍ରହ ପାଇଁ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe