ଏମ୍‌ସିଏଲ୍‌କୁ ୩ ବର୍ଗରେ ପ୍ରଥମ ପୁରସ୍କାର

Advertisment
ଏମ୍‌ସିଏଲ୍‌କୁ ୩ ବର୍ଗରେ ପ୍ରଥମ ପୁରସ୍କାର

ସମ୍ବଲପୁର: ୨୦୨୧-୨୨ ବର୍ଷ ପାଇଁ କୋଇଲା ମନ୍ତ୍ରୀ ପୁରସ୍କାର ସମାରୋହରେ ମହାନଦୀ କୋଲ୍‌ଫିଲ୍‌ଡ ଲିମିଟେଡ୍‌କୁ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ନିମନ୍ତେ ୩ଟି ବର୍ଗରେ ପ୍ରଥମ ପୁରସ୍କାର ମିଳିଛି। ଏମ୍‌ସିଏଲ୍‌ ଅଧ୍ୟକ୍ଷ ଓପି ସିଂହ କେନ୍ଦ୍ର କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଅାଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର କାର୍ମିକ ନିର୍ଦ୍ଦେଶକ କେଶବ ରାଓ ଏବଂ ବୈଷୟିକ ଯୋଜନା, ପରିଯୋଜନା ନିର୍ଦ୍ଦେଶକ ଯୁଗଳ କୁମାର ବୋରା ଏବଂ ବିତ୍ତ ନିର୍ଦ୍ଦେଶକ ଏକେ ବେହୁରା ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀଙ୍କ ସହ କୋଇଲା ସଚିବ ଡ. ଏକେ ଜୈନ, କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଏମ୍‌ସିଏଲ୍‌ର ବସୁନ୍ଧରା କ୍ଷେତ୍ରର ନିର୍ଦ୍ଦେଶକ ସଂଜୟ ଝା, ହିଙ୍ଗୁଳା କ୍ଷେତ୍ର ନିର୍ଦ୍ଦେଶକ ଏକେ ସ୍ବର୍ଣ୍ଣାକର ଏବଂ କଣିହା ‌େକ୍ଷତ୍ର ନିର୍ଦ୍ଦେଶକ କେକେ ରାଉଳ ଯଥାକ୍ରମେ କୋଇଲା ମନ୍ତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇଁ ଅଧ୍ୟକ୍ଷ ଶ୍ରୀ ସିଂହ ଏମ୍‌ସିଏଲ୍‌ର ସମଗ୍ର ଟିମ୍‌କୁ ଶ୍ରେୟ ଦେଇଛନ୍ତି ଓ ଅଭିନନନ୍ଦନ ଜଣାଇଛନ୍ତି। ଏହି ସମାରୋହରେ ମୋଟ ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରା ଯାଇଥିଲାବେଳେ ଏମ୍‌ସିଏଲ୍‌ ୩ଟିରେ ପ୍ରଥମ ସ୍ଥାନ ଲାଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe