କରୋନାରେ ପ୍ରାଣ ହରାଇଥିବା ୧୭ ସାମ୍ବାଦିକଙ୍କ ପାଇଁ ୨.୫୫କୋଟି ମଞ୍ଜୁର

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : କରୋନାରେ ପ୍ରାଣ ହରାଇଥିବା ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏଥିପାଇଁ ସମୁଦାୟ ୨.୫୫ କୋଟି ଟଙ୍କା ମଞ୍ଜୁର କରିଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। କରୋନାରେ ପ୍ରାଣ ହରାଇଥିବା ଅନ୍ୟ ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରାଧୀନ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କରୋନାରେ ପ୍ରାଣ ହରାଇଥିବା ମୃତ ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ବରର ୪, ବଲାଙ୍ଗୀର ୩, ଗଞ୍ଜାମରୁ ୭, ଯାଜପୁରର ୨ ଓ କଳାହାଣ୍ଡି ଜିଲ୍ଲାର ଜଣେ ରହିଛନ୍ତି। ବଲାଙ୍ଗୀର ଜିଲ୍ଲାର ‘ସମ୍ବାଦ’ ସାମ୍ବାଦିକ ଶୁଭ୍ରାଂଶୁ ମିଶ୍ର, ଯତୀଶ ଚନ୍ଦ୍ର ଖମାରୀ, ଗଞ୍ଜାମର ପ୍ରଦୀପ କିଶୋର ସାହୁ, ଜି-ଓଡ଼ିଶା ଭୁବନେଶ୍ବରରେ କାର୍ଯ୍ୟରତ ମାନସ ଜୟପୁରିଆ, ବସନ୍ତ ଦାସ, ‘ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ଟାଇମ୍‌ସ ଅଫ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଗଞ୍ଜାମ ଜିଲ୍ଲାର ଟିଭି ନ୍ୟୁଜ୍ ୬(ୱେବ୍) ସାମ୍ବାଦିକ ଗୋବିନ୍ଦ ବେହେରା, ସମାଜର କିଶୋର ଚନ୍ଦ୍ର ଦାଶ, ଓଡ଼ିଶା ଫାଇଲସର ନରେଶ କୁମାର ବେହେରା, କଳିଙ୍ଗ ଜ୍ୟୋତି, ନନ୍ଦିନୀର ରତ୍ନାକର ମହାରଣା, ଜିଲ୍ଲା ପ୍ରତିନିଧି ନୀଳୟ ରଂଜନ ପଟ୍ଟନାୟକ, ଅନୁପମ ଭାରତର କରୁଣାକର ସାହୁ, ପ୍ରଗତିବାଦୀର କୈଳାସ ଚନ୍ଦ୍ର ସାହୁ, ନକ୍ଷତ୍ର ଟିଭିର କଳାହାଣ୍ଡି ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲ୍ଲା ମନ୍ଥନ ସାମ୍ବାଦିକ ଅଶୋକ କୁମାର ସାହୁ, ଲୋକସଂପର୍କର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ରାଶି ମଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe