ବନ୍ଧୁକ ମୁନରେ ଝାମ୍ପିନେଲେ ୨ ଲକ୍ଷ ୭୭ ହଜାର

ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ସୋର: ଦିନ ଦ୍ବି-ପ୍ରହରରେ ଲୁଟ। ଆଜି ମଧ୍ୟାହ୍ନରେ ବାଲେଶ୍ବର ଜିଲ୍ଲା ସୋର-ମଙ୍ଗଳପୁର ରାସ୍ତା ଦହିପୁର ଛକରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଜଣେ ନିର୍ମାଣ କମ୍ପାନି କର୍ମଚାରୀଙ୍କଠାରୁ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳପୁରରେ କେନାଲ ଖୋଳା କାମରେ ନିୟୋଜିତ ଥିବା ଆରକେଡି କମ୍ପାନିର କ୍ୟାସିଅର ଆଶିଷ କୁମାର ସ୍ବାଇଁ ଆଜି ମଧ୍ୟାହ୍ନରେ ସୋର ଏସ୍‌ବିଆଇ ଶାଖାରୁ ଶ୍ରମିକଙ୍କ ପାଉଣା ବାବଦକୁ ୨ ଲକ୍ଷ ୭୭ ହଜାର ଟଙ୍କା ଉଠାଇ ବାଇକରେ ଫେରୁଥିଲେ।

ଏହି ସମୟରେ ଏକ ପଲସରରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିବା ସହ ଦହିପୁର ଛକରେ ଅଟକାଇ ଥିଲେ। ଶ୍ରୀ ସ୍ବାଇଁ କିଛି ବୁଝିବା ଆଗରୁ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଲଗାଇ ସମସ୍ତ ଟଙ୍କା ଲୁଟି ନେଇ ସୋର ଆଡ଼କୁ ଦ୍ରୁତଗତିରେ ଚାଲି ଯାଇଥିଲେ। ଏନେଇ କ୍ୟାସିଅର ଶ୍ରୀ ସ୍ବାଇଁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ସୋର ଅଞ୍ଚଳରେ ଦିନକୁ ଦିନ ଲୁଟ୍ ଓ ରାହାଜାନି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe