ଧର୍ମଶାଳା ଭବନରେ ୨.୭୯ କୋଟି ଓ କଳ୍ପତରୁ ଷ୍ଟାଡିୟମ୍‌ରେ ୨.୨୯ କୋଟି ବ୍ୟୟ: ବଲ୍ଲେ ବଲ୍ଲେ ଢାବା ନିର୍ମାଣ ତଥ୍ୟ ନାହିଁ!

Advertisment
ଧର୍ମଶାଳା ଭବନରେ ୨.୭୯ କୋଟି ଓ କଳ୍ପତରୁ ଷ୍ଟାଡିୟମ୍‌ରେ ୨.୨୯ କୋଟି ବ୍ୟୟ: ବଲ୍ଲେ ବଲ୍ଲେ ଢାବା ନିର୍ମାଣ ତଥ୍ୟ ନାହିଁ!

ଯାଜପୁର: ଯାଜପୁର ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ରକଳ୍ପରେ ବେଆଇନ୍ ଭାବେ ଏକାଧିକ ଯୋଜନା ଓ ଅଣଯୋଜନାରୁ ଗୁପ୍ତ ଭାବେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ପ୍ରକଳ୍ପ ନିକଟରେ ସୂଚନା ଫଳନ ନଥିବା ବେଳେ ପ୍ରଶାସନ ନିକଟରେ ମଧ୍ୟ ଠିକ୍ ତଥ୍ୟ ନାହିଁ। ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଧର୍ମଶାଳା ଭବନର ‘ବଲ୍ଲେ ବଲ୍ଲେ ଢାବା’ ଓ କଳ୍ପତରୁ ଷ୍ଟାଡ଼ିୟମ୍ ନାମରେ କୋଟିକୋଟି ଟଙ୍କା ବିଭିନ୍ନ ଯୋଜନାରୁ ବ୍ୟୟ ହୋଇଥିବା ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଅନୁଷ୍ଠାନଗୁଡ଼ିକ ଧର୍ମଶାଳା ବ୍ଲକ୍ ସମ୍ପତ୍ତି ହୋଇଥିବା ସ‌ତ୍ତ୍ବେ ବ୍ୟୟ ସମ୍ପର୍କିତ ସବିଶେଷ ତଥ୍ୟ ବ୍ଲକ୍‌ ପ୍ରଶାସନ ନିକଟରେ ନାହିଁ।

ଧର୍ମଶାଳା ବ୍ଲକ୍ ପ୍ରଶାସନ ଲିଖିତ ଭାବେ ଜଣାଇଛି ଯେ ୨୦୧୫-୧୬ ବର୍ଷ ପୂର୍ବରୁ କଳ୍ପତରୁ ଦାସ ଷ୍ଟାଡିୟମରେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କେତେ ଟଙ୍କା ବ୍ୟୟ କରିଛି, ସେ ତଥ୍ୟ ନାହିଁ। ତେବେ ପ୍ରଶ୍ନ ଉଠିଛି ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଗୋଟିଏ ପ୍ରକଳ୍ପରେ କିପରି ବ୍ୟୟ କରିବେ? ଏହାବାଦ୍‌ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ଏକାଧିକ ଯୋଜନାରୁ ମିଳିଥିବା ୨ କୋଟି ୨୯ ଲକ୍ଷ ଟଙ୍କା ଅନୁଦାନରୁ ୨ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି ବୋଲି ବ୍ଲକ୍ ପ୍ରଶାସନ ସ୍ବୀକାର କରିଛି। ଡିଏମ୍‌ଏଫ୍‌ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ଅନୁଦାନ, ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ଏସ୍‌ପିଏଫ୍, ୪ର୍ଥ ଏସ୍‌ଏଫ୍‌ସି, ସିଜିଏଫ, ଏଜିଏଏଫ୍, ୫ମ ଏସ୍‌ଏଫସି, ୧୫ତମ ସିଜିସି, ସିଏମ୍‌ଏସ୍‌ଏ ପ୍ରଭୃତି ଯୋଜନାରୁ ୨୭ ଥର ଅନୁଦାନ ଏଠାରେ ବ୍ୟୟ ହୋଇଛି। ଏପରିକି ଷ୍ଟାଡିୟମରେ ଏକ ଘରୋଇ ସଂସ୍ଥା ଧର୍ମଶାଳା ସ୍ପୋର୍ଟସ୍ କାଉନସିଲ୍ ପାଇଁ ବିଲଡିଂ ବାବଦରେ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ହିସାବରେ ଦର୍ଶାଯାଇଛି।

କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ହେଁ କଳ୍ପତରୁ ଷ୍ଟାଡିୟମ୍‌ ବାବଦରେ ବ୍ଲକ୍ କୌଣସି ରାଜସ୍ବ ପାଉନାହିଁ। ଘରୋଇ ସଂସ୍ଥା ଧର୍ମଶାଳା ସ୍ପୋର୍ଟସ୍ କାଉନସିଲକୁ ମାଗଣାରେ ଏହା ପ୍ରଦାନ କରାଯାଇଛି। ଅନୁରୂପ ଭାବେ ‘ବଲ୍ଲେ ବଲ୍ଲେ’ ଢାବା ଥିବା ଧର୍ମଶାଳା ଭବନରେ ମଧ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏଠାରେ ମଧ୍ୟ ବିଭିନ୍ନ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ‘ବଲ୍ଲେ ବଲ୍ଲେ ଢାବା’ରେ ୨୦୧୯-୨୦ରୁ ୨୦୨୦-୨୧ ମଧ୍ୟରେ ମାତ୍ର ୪୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି। ଏହାବାଦ୍‌ ଡିଏମ୍‌ଏଫ୍‌ ଓ ସିଏମ୍‌ଏସ୍‌ଏରୁ ୧୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ମିଳିଛି ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ମାତ୍ର ବ୍ଲକ୍ ପ୍ରଶାସନ ନିକଟରେ ଏ ସଂପର୍କିତ ତଥ୍ୟ ନାହିଁ। ଧର୍ମଶାଳା ବ୍ଲକ୍‌ରେ ଏହିଭଳି ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ବ୍ୟୟ ହୋଇଥିବାର ଦର୍ଶାଯାଇଥିବା ବେଳେ କାଗଜପତ୍ରରେ ତାହାର କୌଣସି ତାଳମେଳ ନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ କୋଟି ଟଙ୍କାର ହରିଲୁଟ୍‌ ଧରାପଡ଼ିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe