ବନ୍ଧବାହାଲରେ ବନ୍ଧୁକ ଦେଖାଇ ବଟି ଦାବି:୨ ଅଭିଯୁକ୍ତ ଗିରଫ

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଇବ୍‌ଥର୍ମାଲ: ଶୁକ୍ରବାର ରାତି ୧୦ଟା ବେଳେ ବନ୍ଧବାହାଲ ସାଇ ମେଡିକାଲ ଷ୍ଟୋରକୁ ପହଞ୍ଚି ମହମ୍ମଦ କମାଲ ଓ ଗୁଡୁ ସା ପହଞ୍ଚି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ଦୋକାନ ମାଳିକ ରାମଚନ୍ଦ୍ର ସାହୁ ବ୍ୟାଙ୍କରେ ପଇସା ଅଛି ଘରେ ନାହିଁ ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କମାଲ ‘ଦୁଇ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଯୋଗାଡ଼ କରି ରଖିଥିବ। ଏ ସଂପର୍କରେ ପୁଲିସକୁ ଖବର ଦେଲେ ବୋମା ଫୁଟେଇ ଘର ଉଡ଼େଇ ଦେବୁ’ ବୋଲି ଧମକ ଦେଇ ଚାଲି ଯାଇଥିଲେ। ସେହିପରି ଅଭିଯୁକ୍ତ ଦ୍ବପୟ ଓମ୍ ଗ୍ରୋସରୀ ଦୋକାନର ମାଲିକ ଆନନ୍ଦ ଜୟସ୍ୱାଲଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ୨ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଯୋଗଡ଼ କରିବାକୁ କହିଥିଲେ।

ଏପରିକି ପୁଲିସ୍‌ରେ ଖବର ଦେଲେ ଜୀବନରେ ମାରି ଦେବା ସହ ୨୫ ଲକ୍ଷ ଟଙ୍କା ଅସୁଲ କରିବାକୁ ଧମକ ଦେଇ ଚାଲିଯାଇଥିଲେ। ଏହା ପରେ ଅନ୍ୟ ଏକ ଜେନେରାଲ ଷ୍ଟୋରର ମାଲିକ ଗୋପାଳ ସାୱ ଓ ସାଇ ଡ୍ରେସ୍‌ସର ମାଲିକ ଅନିଲ ଗୁପ୍ତାଙ୍କୁ ମଧ୍ୟ ଅନୁରୂପ ଧମକ ଦେଇ ୧୦ ଲକ୍ଷ ଟଙ୍କା ଲେଖାଏଁ ବଟି ମାଗିଥିଲେ। ମାତ୍ର ତତ୍କାଳ ଦେବା ପାଇଁ ସେମାନେ ଅସମର୍ଥତା ପ୍ରକାଶ କରିବାରୁ ୨ ଦିନ ସମୟ ଦେଇ ଚାଲି ଯାଇଥିଲେ। ଏ ନେଇ ବିଳମ୍ବିତ ରାତିରେ ବନ୍ଧବାହାଲ ଫାଣ୍ଡି ଅଧିକାରୀଙ୍କୁ ଦୋକାନୀମାନେ ସୂଚନା ଦେଇଥିଲେ। ଶନିବାର ଗୋପାଳ ସାୱ, ରାମଚନ୍ଦ୍ର ସାହୁ, ଆନନ୍ଦ ଜୟସ୍ଵାଲ, ଅନିଲ ଗୁପ୍ତା ବନ୍ଧବାହାଲ ଫାଣ୍ଡିରେ ପହଞ୍ଚି ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ବନହରପାଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ମହମ୍ମଦ କମାଲ ଓ ଗୁଡୁ ସା’କୁ ଧରିବା ପାଇଁ ବନ୍ଧବାହାଲ, ବେଲପାହାଡ଼, ବ୍ରଜରାଜନଗର ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରତିବାଦ ସ୍ବରୂପ ବ୍ୟବସାୟୀମାନେ ଆଜି ବନ୍ଧବାହାଲରେ ଦୋକାନ ବଜାର ବନ୍ଦ କରିବା ସହ ପାଣ୍ଡିରେ ପହଞ୍ଚି ପୁଲିସ ସହ ଆଲୋଚନା କରିଥିଲେ। ଏହି ଘଟଣା ପରେ ବନ୍ଧବାହାଲରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ ନିର୍ଦ୍ଦିଷ୍ଟ କେତେ ଜଣ ବ୍ୟକ୍ତି ବନ୍ଧବାହାଳରେ ବାରମ୍ଵାର ଅପରାଧିକ କାର୍ଯ୍ୟକଲାପ କରି ଆସୁଛନ୍ତି। ସଂପୃକ୍ତ ଅପରାଧୀମାନଙ୍କ ବିରୋଧରେ ସାକ୍ଷୀ ଦେବା ପାଇଁ ସ୍ଥାନୀୟ ଲୋକେ ଭୟ କରୁଥିବାରୁ ଅଧିକାଂଶ ମାମଲାରେ ସେମାନେ ଦୋଷୀ ସାବ୍ୟସ୍ତ ହେଉନାହାନ୍ତି। ବନହରପାଲି ଆଇ ଆଇସି ଅନ୍ନା ମିଞ୍ଜଙ୍କ ସୂଚନାକ୍ରମ ମହମ୍ମଦ କମାଲ ଓ ଗୁଡୁ ସା’କୁ ଖିଣ୍ଡା ନିକଟରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ୫ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe