ସଟ୍ଟା ଖେଳି ୨ ଗିରଫ

ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ଇବଥର୍ମାଲ: ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ ବନ୍ଧବାହାଲ ଲକ୍ଷ୍ମୀ ମାର୍କେଟ ପଛପଟେ ଏକ ନିଛାଟିଆ ଘରେ ସଟ୍ଟା ଖେଳ ହେଉଥିବା ଖବରପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଆଇଆଇସି ଆନ୍ନା ମିଞ୍ଜଙ୍କ ନିର୍ଦେଶକ୍ରମ‌େ ବନ୍ଧବାହାଲ ଫାଣ୍ଡି ଅଧିକାରୀ ରବିଶଙ୍କର ଭଇଁଷା ସେଠାରେ ସଦଳବଳେ ଚଢଉ କରି ୨ ଜଣଙ୍କୁ ଗିରଫ କରିବା ସହ ସଟ୍ଟାରେ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି।

ଗିରଫ ଦୁଇଜଣ ହେଲେ ବଣେଇର ହିମାଦ୍ରି ଚରଣ ପ୍ରଧାନ (୩୬) ଓ ରାଉରକେଲା ବାସନ୍ତି କଲୋନିର ରୋହିତ ସିହ୍ନା (୨୫)। ସେମାନଙ୍କ ପାଖରୁ ୨୪୫୪୦ ଟଙ୍କା ସହ ୨ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଆଇଆଇସି ଆନ୍ନା ମିଞ୍ଜ ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe