ଦୁଇ ଓଡ଼ିଆ ହୀରା ବ୍ୟବସାୟଙ୍କଠାରୁ ୩୦ ଲକ୍ଷ ଟଙ୍କାର ୧୨୫ ଟି ହୀରା ଜବତ, ଉଭୟଙ୍କୁ ଗିରଫ କଲା  ଛତିଶଗଡ଼ ପୁଲିସ୍

ଦୁଇ ଓଡ଼ିଆ ହୀରା ବ୍ୟବସାୟଙ୍କଠାରୁ ୩୦ ଲକ୍ଷ ଟଙ୍କାର ୧୨୫ ଟି ହୀରା ଜବତ, ଉଭୟଙ୍କୁ ଗିରଫ କଲା  ଛତିଶଗଡ଼ ପୁଲିସ୍

ନୂଆପଡ଼ା: ଦୁଇ ଜଣ ଓଡ଼ିଆ ହୀରା ବ୍ୟବସାୟଙ୍କଠାରୁ ୧୨୫ ଟି ହୀରା ଜବତ ହୋଇଥିବା ଘଟଣା ନୂଆପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ଗରିଆବନ୍ଦ ଥାନା ପୁଲିସ ଦୁଇ ଓଡ଼ିଆ ହୀରା ବ୍ୟବସାୟୀଙ୍କଠାରୁ ୧୨୫ ଟି ହୀରା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨୭ରୁ ୩୦ ଲକ୍ଷ ହେବ। ଉକ୍ତ ଦୁଇ ହୀରା ବ୍ୟବସାୟୀଙ୍କ ଘର ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ଜଣଙ୍କ ନାଆଁ ବିକାଶ ମାଝି ବୋଲି ସୂଚନା ମିଳିଛି।ଉଭୟଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe