pakistantoday.com.pk
ଦାନଗଦୀ/ କାଳିଆପାଣି : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳଠାରେ ଗତ ଗୁରୁବାର ଘଟିଥିବା ନିରଞ୍ଜନ ସାହୁ ଓରଫ୍ ନିରୁ(୩୮) ହତ୍ୟାକାଣ୍ଡ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜନିନ୍ଦାପାଳ ଗାଁର ସୁବଳ ମଲିକଙ୍କ ପୁଅ ସଂଗ୍ରାମ ମଲିକ ଓରଫ୍ ପାକୁଲୁ(୨୮) ଓ ତା’ର ସହଯୋଗୀ ଲସି ଦୋକାନୀ ଉତ୍ତମ ଡାଙ୍ଗୁଆ(୨୬)କୁ ଗିରଫ କରିଛି । ଯାଜପୁରରୋଡ଼ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଜଣେ ଫେରାର ଥିବାବେଳେ ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି। ବ୍ୟବସାୟିକ ଶତ୍ରୁତା ଓ ଅପବାଦ ପାଇଁ ହିଂସ୍ର ହୋଇ ଉଠିଥିବା ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସ୍ପଷ୍ଟ କରିଛି।
Follow Us