ଗ୍ରାମୀଣ ଡାକ ସେବିକାଙ୍କୁ ଦୁର୍ବ୍ୟବହାର,୨ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଖଇରା : ଖଇରା ଥାନା ଅଧୀନ ଡଗରପଡ଼ା ପୋଷ୍ଟଅଫିସର ଡାକ ସେବିକାଙ୍କୁ ଦୁର୍ବ୍ୟହାର କରିବା ଅଭିଯୋଗରେ ପୁଲିସ୍‌ ୨ ଜଣ ଯୁବକଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ପୋଷ୍ଟଅଫିସର ଡାକ ସେବିକା ଜଣକ ଶନିବାର ଅପରାହ୍ନରେ ଭଉଣୀକୁ ସାଙ୍ଗରେ ଧରି ମଙ୍ଗଳପଡ଼ା ଗ୍ରାମରୁ ଚିଠି ବାଣ୍ଟି ଫେରୁଥିବା ବେଳେ ଗ୍ରାମର ଟିକ୍ଲ ସାହା ଓ ତାଙ୍କ ସାଥୀ ଏସ୍‌କେ ଫରିଦ୍‌ ତାଙ୍କୁ ରାସ୍ତାରେ ଅଟକାଇବା ସହ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ଡାକ ସେବିକାଙ୍କ କାନରୁ ରକ୍ତସ୍ରାବ ହୋଇଥିଲା। ଏନେଇ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୨୨୩/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁବ୍ରତ କୁମାର ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe