ବିଦେଶୀଙ୍କୁ ସିମ୍‌ ବିକ୍ରି କରି ୨ ଗିରଫ: ୭୦ ପ୍ରିଆକ୍ଟିଭ୍‌ ସିମ୍‌, ୨୨ ଡଲାର ବିଦେଶୀ ମୁଦ୍ରା ଜବତ

Advertisment

ଗୋପାଳପୁର ବନ୍ଦରକୁ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବେଆଇନ ଭାବେ ଭାରତୀୟ ମୋବାଇଲ୍‌ ସିମ୍‌ ବିକ୍ରି କରୁଥିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ଗୋପାଳପୁର ବନ୍ଦରକୁ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବେଆଇନ ଭାବେ ଭାରତୀୟ ମୋବାଇଲ୍‌ ସିମ୍‌ ବିକ୍ରି କରୁଥିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ତୁରନ୍ତ କରନ୍ତୁ ସିମ୍‌ ସହ ଆଧାର ସଂଯୋଗ, ନଚେତ ସାମ୍ନା କରିବାକୁ ହେବ ଗୁଡ଼ାଏ ସମସ୍ୟା

ଛତ୍ରପୁର: ଗୋପାଳପୁର ବନ୍ଦରକୁ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବେଆଇନ ଭାବେ ଭାରତୀୟ ମୋବାଇଲ୍‌ ସିମ୍‌ ବିକ୍ରି କରୁଥିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ କତୁରୁ ଗ୍ରାମର ଜି. ଶାମ୍ବା ଓ ମୋବାଇଲ୍‌ ଦୋକାନୀ ଏ. କାମେୟା। ସେମାନଙ୍କ ଠାରୁ ୭୦ଟି ବିଭିନ୍ନ କମ୍ପାନିର ପ୍ରିଆକ୍ଟିଭ୍‌ ସିମ୍ ଜବତ କରାଯିବା ସହ ୨୨ ୟୁଏସ୍‌ ଡଲାର ଜବତ କରାଯାଇଛି। ଗିରଫ ଶାମ୍ବା ବନ୍ଦରରେ ଫୋର୍‌ମ୍ୟାନ୍‌ ଭାବେ କାର୍ଯ୍ୟରତ।

୭୦ ପ୍ରିଆକ୍ଟିଭ୍‌ ସିମ୍‌, ୨୨ ଡଲାର ବିଦେଶୀ ମୁଦ୍ରା ଜବତ
ଗିରଫଙ୍କ ମଧ୍ୟରେ ଗୋପାଳପୁର ବନ୍ଦର ଫୋର୍‌ମ୍ୟାନ୍‌

ସୂଚନା ଅନୁସାରେ ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରକୁ ବିଭିନ୍ନ ବିଦେଶୀ ପଣ୍ୟବାହୀ ଜାହାଜର କର୍ମଚାରୀଙ୍କୁ ଏମାନେ ସିମ୍‌ ଯୋଗାଉଥିବା ନେଇ ପୁଲିସ ଖବର ପାଇଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଗୋପାଳପୁର ବନ୍ଦରକୁ ଜାହାଜରେ ଆସିଥିବା ବିଦେଶୀଙ୍କୁ ସିମ୍‌ କାର୍ଡ଼ ବିକିବା ପୂର୍ବରୁ ଚଢ଼ଉ କରିଥିଲା। ଚଢ଼ଉରେ ଗୋପାଳପୁର ବନ୍ଦର ଫୋରମ୍ୟାନ୍‌ ଜି. ଶାମ୍ବାକୁ ପ୍ରଥମେ ଗିରଫ କରିଥିଲା। ପ୍ରଥମେ ତାଙ୍କଠାରୁ ୩୪ଟି ପ୍ରିଆକ୍ଟିଭ୍‌ ସିମ୍‌ ସହ ୨୨ ୟୁଏସ୍‌ଏ ଡଲାର ଜବତ କରିଥିଲା। ଶାମ୍ବାକୁ ପଚରାଉଚରା ପରେ ଏହି ସିମ୍ ବିକ୍ରି କରୁଥିବା ସେହି ଗ୍ରାମର ମୋବାଇଲ ଦୋକାନୀ ଏ. କାମେୟାର ଦୋକାନରେ ଚଢ଼ଉ ହୋଇଥିଲା। ସେଠାରୁ ଆଉ ୩୬ଟି ବିଭିନ୍ନ କମ୍ପାନିର ସିମ୍‌ ଜବତ ହୋଇଥିବା ନେଇ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼େଇ ସୂଚନା ଦେଇଛନ୍ତି। ତେବେ ସେମାନେ କେତେ ଦିନ ଧରି ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିଲେ, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। 

ପୁଲିସର ସୂଚନା ମୁତାବକ ଅଭିଯୁକ୍ତ ଶାମ୍ବା ମୋବାଇଲ ଦୋକାନୀ କାମେୟା ଠାରୁ ଅଳ୍ପ ଟଙ୍କା ଦେଇ ସିମ୍‌ କିଣି ବନ୍ଦରକୁ ଆସୁଥିବା ବିଦେଶୀଙ୍କୁ ଚଢ଼ା ଦରରେ ବିକ୍ରି କରୁଥିଲା। ବିଦେଶୀମାନେ ଡାଟା ବ୍ୟବହାର କରି ହ୍ୱାଟ୍‌ସ୍‌ ଆପ୍‌ ମାଧ୍ୟମରେ କଥାବାର୍ତ୍ତା ହେଉଥିଲେ। ତେବେ ବ୍ୟବହାର ପରେ ସ୍ବଦେଶ ଫେରିବା ପୂର୍ବରୁ ସେଗୁଡ଼ିକୁ ନଷ୍ଟ କରି ଦେଉଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜିର ଏହି ଚଢ଼ଉ ବେଳେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟାଭାରତୀ ନାୟକ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ପୁଲିସ୍ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe