ଦୁର୍ଲଗା ହତ୍ୟାକାଣ୍ଡରେ ୨ ଗିରଫ 

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ତାଲପଟିଆ ଫାଣ୍ଡି ଅନ୍ତର୍ଗତ ଦୁର୍ଲଗାଠାରେ ବନ୍ଦ ହୋଇ ପଡ଼ିଥିବା ଜେଏସ୍‌ପିଏଲ୍‌ କାରଖାନାର ପରିତ୍ୟକ୍ତ ଅଞ୍ଚଳର ଏକ କୋଇଲା ଗୁଣ୍ଡ ଗଦା ଭିତରୁ ବୁଧବାର ସଦର ଥାନା ଅନ୍ତର୍ଗତ ତେଲିଭଟା ଗ୍ରାମରେ ଭଡ଼ାରେ ରହୁଥିବା ବୁଲା ବେପାରୀ ଅଶ୍ରଫ ଶେଖ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ ହତ୍ୟ‌ାକାଣ୍ଡରେ ସଂପୃକ୍ତ ଥିବା ଦୁର୍ଲଗା ଗ୍ରାମର ପ୍ରବୀର ମାକର(୨୧)ଙ୍କୁ ଗୁରୁବାର ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଅନ୍ୟ ଜଣେ ଶ୍ରୀକାନ୍ତ ପିଙ୍ଗ(୨୨)କୁ ଗିରଫ କରାଯାଇଥିବା ଏସ୍‌ଡିପିଓ ନିର୍ମଳ ମହପାତ୍ର ସୂଚନା ଦେଇଛନ୍ତି।

ମୃତକ ଜଣେ ବୁଲା ବିକାଳି। ସେ ସ୍କ୍ରାପ ସଂଗ୍ରହ କରିବା ପାଇଁ ତାଲପଟିଆ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଅଭିଯୁକ୍ତ ପ୍ରବୀର ଓ ଶ୍ରୀକାନ୍ତ ସହିତ ତାଙ୍କର ବଚସା ହୋଇଥିଲା ଓ ଏଥିରେ ଉତ୍‌କ୍ଷିପ୍ତ ସେମାନେ ଏକ ପଥରରେ ଅଶ୍ରଫର ମୁଣ୍ଡକୁ ଛେଚି ହତ୍ୟା କରି ତାକୁ କୋଇଲା ଗଦା ଭିତରେ ପୋତି ଦେଇଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ପଥରକୁ ପୁଲିସ ଦମକଳ ବାହିନୀ ସହାୟତାରେ ଦୁର୍ଲଗା ପୋଖରୀରୁ ଉଦ୍ଧାର କରିଥିବା ଶ୍ରୀ ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe