ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରିବେ ଛିନ୍ଦେଇକେଲାର ୨ କଳାକାର

Advertisment
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରିବେ ଛିନ୍ଦେଇକେଲାର ୨ କଳାକାର

ପାଇକମାଳ: ବରଗଡ଼ର ବିଶ୍ବ ପ୍ରସିଦ୍ଧ ୭୫ତମ ଧନୁଯାତ୍ରା ପାଇଁ କଳାକାର ଚୟନ ଶେଷ ହୋଇଯାଇଛି। ଏଥର ହୃଷୀକେଶ ଭୋଇ କଂସ ଭୂମିକାରେ ଚୟନ ହୋଇଛନ୍ତି। ଅନ୍ୟପଟେ ପାଇକମାଳ ବ୍ଲକ୍‌ ଛିନ୍ଦେଇକେଲା ଗ୍ରାମର ବରିଷ୍ଠ କଳାକାର ମନୋଜ ସାହୁ ବସୁଦେବ ଭୂମିକା ଓ ଯୁବ କଳାକାର ଦୟାନନ୍ଦ ମାଝୀ କଂସଙ୍କ ସେନାପତି ଭୂମିକା ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି। ଶ୍ରୀ ମାଝୀ ସ୍କୁଲ ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୧୫ ବର୍ଷ ହେଲା ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଛନ୍ତି।

ସେ ବରଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ, କଲାହାଣ୍ଡି, ସୁନ୍ଦରଗଡ଼, ନୟାଗଡ଼ ଆଦି ଜିଲ୍ଲାଗୁନିକରେ ୧୫୦ରୁ ଉର୍ଦ୍ଧ୍ବ ଖୋଲା ମଞ୍ଚରେ ସେନାପତି ଭୂମିକାରେ ଅଭିନୟ କରି ଆସୁଛନ୍ତି। ଚଳିତ ବର୍ଷ ପ୍ରଥମ କରି ବରଗଡ଼ ଧନୁଯାତ୍ରା ପାଇଁ ଆବେଦନ କରି ସେ ଚୟନ ହୋଇଛନ୍ତି। ‘ମୋର କଂସ ଭୂମିକା ପାଇଁ ବୟସ ହୋଇନାହିଁ। ଦିନେ ନା ଦିନେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବି’ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe