+୨ କଳା ଓ ବାଣିଜ୍ୟର କୃତି ଛାତ୍ରଛାତ୍ରୀ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ

Advertisment

୩୦ ଜିଲ୍ଲାର ୩୦ ମେଧାବୀ ଛାତ୍ରଙ୍କୁ ଦିଆଗଲା ୨୦ ହଜାର ଟଙ୍କା ଲେଖାଁଏ ବୃତ୍ତି 

୩୦ ଜିଲ୍ଲାର ୩୦ ମେଧାବୀ ଛାତ୍ରଙ୍କୁ ଦିଆଗଲା ୨୦ ହଜାର ଟଙ୍କା ଲେଖାଁଏ ବୃତ୍ତି 

ଭୁବନେଶ୍ବର: ଆଜି ‘ସମ୍ବାଦ’ ପକ୍ଷରୁ +୨ କଳା ଓ ବାଣିଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଛି । ଜୟଦେବ ଭବନରେ ଆୟୋଜିତ  ସ୍ବତନ୍ତ୍ର ଉତ୍ସବରେ  ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଭଲ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ମାନିତ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨ ଶହରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହାଛଡା ୩୦ ଜିଲ୍ଲାର ୩୦ ଜଣ କୃଷକଙ୍କ ମେଧାବୀ ସନ୍ତାନଙ୍କୁ ୨୦ ହଜାର ଟଙ୍କା ଲେଖାଁଏ ବୃତ୍ତି  ଦିଆଯାଇଛି ।

ରାଜ୍ୟସଭା ସାଂସଦ ଥିବାବେଳେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଦରମାକୁ ଗରିବ ଛାତ୍ରଙ୍କୁ  ବୃତ୍ତି  ଭାବେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।.ସେଇ ପ୍ରତିଶ୍ରୁତି ଅନୁସାରେ ୩୦ ଜଣଙ୍କୁ ୨୦ ହଜାର ଟଙ୍କା ଲେଖାଁଏ ବୃତ୍ତି ଚେକ୍ ଜରିଆରେ ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଜୀବନରେ ପିତାମାତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ଭୁଲିଯିବା ଉଚିତ ନୁହେଁ । ଅଂହଙ୍କାର ନୁହେଁ କୃତଜ୍ଞତା ଦେଖାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe