ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧ ଗୁରୁତର

Advertisment
ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ଡୁଙ୍ଗୁରିପାଲି: ବରଗଡ଼ର ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ମହାଜନ ସିଂହ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପିଣ୍ଟୁ କୁମ୍ଭାର(୨୨) ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଗାଈସିଲାଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂହ ଓ ନୀଳମଣି ମେହେର ଏକ ବାଇକ୍‌ରେ ବରପାଲି ଯାଉଥିଲେ। ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ପିଣ୍ଟୁ କୁମ୍ଭାର ଓ ଦେବାଶିଷ ବାରିକଙ୍କ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ତୁରନ୍ତ ଆହତମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ମହାଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe