ଦୁଇ ବାଇକ୍‌ ମୁହାଁମୁହିଁ, ଜଣେ ମୃତ, ୩ ଜଣ ଗୁରୁତର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ପାଟଣାଗଡ଼: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ରାମପୁର ପେଟ୍ରୋଲ ପମ୍ପ ସାମନାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପାଟଣାଗଡ଼ ବ୍ଲକ୍‌ ଉଲବା ଗ୍ରାମର ଭଜ ଧରୁଆ (୨୨ବର୍ଷ)। ଆ‌ହତମାନେ ଉଲବା ଗ୍ରାମର ରାଜେଶ ଭୁଏ, ତୁଲସୀଡୁଙ୍ଗରି ଗ୍ରାମର ଅଜିତ ମାଝୀ ଓ ବଳଦେବ ଭୋଇ। ଆହତଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସର ସୂଚନା ଅନୁସାରେ, ଉଲବା ଗ୍ରାମର ଭଜ ଏବଂ ରାଜେଶ ପାଟଣାଗଡ଼ ପଟୁ ବାଇକ୍ (ଓଆର୍‌ ୦୩ ୨୫୪୮) ଯୋଗେ ଗାଁ’କୁ ଯାଉଥିଲେ। ବିପରୀତ ଦିଗରୁ ବାଇକ୍ (ଓଡି ୦୩ ଡବ୍ଲୁ ୦୦୯୬) ଯୋଗେ ଅଜିତ ଓ ବଳଦେବ ନିଜ ଗ୍ରାମକୁ ଆସୁଥିଲେ। ରାମପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଉଭୟ ବାଇକ୍ ଧକ୍କା ହୋଇଥିଲା। ଭଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାଜେଶ, ଅଜିତ ଓ ବଳଦେବଙ୍କୁ ଦମକଳ ବାହିନୀ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କର ପାଟଣାଗଡ଼ ଥାନା ପୁଲିସ କେସ ନଂ ୧୨୩ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ଅଧିକାରୀ ବି.କେ. ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe