ଏମ୍‌କେସିଜିରେ ୨ ବ୍ଲାକ୍‌ ଫଙ୍ଗସ୍‌ ସନ୍ଦିଗ୍ଧ, ଖୋଲିଲା ସ୍ବତନ୍ତ୍ର ଓାର୍ଡ

ଡା.ସନ୍ତୋଷ ମିଶ୍ର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ

Medical Dialogues

ବ୍ରହ୍ମପୁର : ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଆଜିଠୁ ତିନିଟି ସ୍ବତନ୍ତ୍ର ୱାର୍ଡ ଖୋଲା ଯାଇଥିବା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ୱାର୍ଡଗୁଡ଼ିକ ମେଡିସିନ୍‌, ଇଏନ୍‌ଟି ଓ ଚକ୍ଷୁ ବିଭାଗରେ ଖୋଲାଯାଇଛି। ପ୍ରତ୍ୟେକ ୱାର୍ଡରେ ୧୦ଟି ଲେଖାଏଁ ଶଯ୍ୟା ବ୍ୟବସ୍ଥା କରାଯାଇଛି। ବିଭାଗୀୟ ମୁଖ୍ୟମାନେ ଏହି ୱାର୍ଡ ଦାୟିତ୍ବରେ ରହିବେ। ବର୍ତ୍ତମାନ ଇଏନ୍‌ଟି ଓ ମେଡିସିନ୍‌ ବିଭାଗରେ ଦୁଇଜଣ ସନ୍ଦିଗ୍ଧ ଚିକିତ୍ସାଧୀନ ରହିଛନ୍ତି। ସ୍ବତନ୍ତ୍ର ୱାର୍ଡରେ ଏମାନଙ୍କୁ ଭର୍ତ୍ତି କରାଯାଇଛି। ଆଜି ଉଭୟଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତାକାଲି ଏମାନଙ୍କ ରିପୋର୍ଟ ଆସିବ ବୋଲି ଆଶା କରାଯାଉଛି। ରିପୋର୍ଟ ଆସିବା ପରେ କିଛି ସ୍ପଷ୍ଟ କୁହାଯାଇପାରିବ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର କହିଛନ୍ତି।

ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏମ୍‌କେସିଜି ମେଡିକାଲର ଇଏନ୍‌ଟି, ମାଇକ୍ରୋବାୟୋଲୋଜି, ପଲ୍ୟୁମନାରି, ଚକ୍ଷୁ ଓ ମେଡିସିନ୍‌ ସହ ୬ଟି ବିଭାଗୀୟ ମୁଖ୍ୟଙ୍କୁ ନେଇ କମିଟି ଗଠନ ହୋଇଛି। ଏହା ଡିଆଁ ରୋଗ ନୁହେଁ। ଏଣୁ ବିଶେଷ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe