ଯାଜପୁର: ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ମୃତ

Advertisment
ଯାଜପୁର: ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ମୃତ

ଯାଜପୁର: ଯାଜପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଯାଜପୁର ସଦର ଥାନା ଅନ୍ତର୍ଗତ ବାହତାଲ ପଞ୍ଚାୟତ ଚିନ୍ତାପଲ୍ଲୀ ଗାଁର କାହ୍ନୁ ଚରଣ ଚନ୍ଦଙ୍କର ଦୁଇ ପୁଅ ଦୀନବନ୍ଧୁ ଚନ୍ଦ(୧୮), ଦିବାକର ଚନ୍ଦ(୧୫)  ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ସ୍ରୋତରେ ଗୋଡ଼ ଖସି ଯାଇଥିଲା। ଫଳରେ ପାଣିରେ ସେମାନେ ଭାସି ଗଲେ। ସେଠାରେ ଉପସ୍ଥିତ ଗ୍ରାମବାସୀ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମଧୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଭାଇ ଦୀନବନ୍ଧୁଙ୍କୁ ଗାଁ ଲୋକେ ଉଦ୍ଧାର କରି ପାରି ନ ଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରିବା ପରେ ଦୀନବନ୍ଧୁଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭାୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ଶୁଣିବା ପରେ ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe