ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ

Advertisment
ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ

ମାଲକାନଗିରି: ଘରେ ଶୋଇଥିବା ବେଳେ ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ। ଏହାଫଳରେ ସେଦୁହେଁ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଗୌଡ଼ଗୁଡ଼ା ଗାଁରେ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦିନ ମଜୁରିଆ ସ୍ବାମୀ-ସ୍ତ୍ରୀ ନିଜର ପୁଅ ରାଜୀବ ଏବଂ ଝିଅ ବିନ୍ଦିୟାଙ୍କୁ ଗୋଟିଏ ଘରେ କମ୍ବଳ ଘୋଡ଼ାଇ ଶୁଆଇ ଦେଇ କାମକୁ ଚାଲିଯାଇଥିଲେ। ସେଦୁହେଁ ଏକ ଇଟା ଭାଟିକୁ କାମ କରିବାକୁ ଚାଲି ଯାଇଥିଲେ। ଯିବା ଆଗରୁ ରାତିରୁ ଜଳୁଥିବା ଡିବିରିର ନିଆଁକୁ ଲିଭାଇବାକୁ ଭୁଲି ଯାଇଥିଲେ ବାପା ମା’।
ଦୁର୍ଯୋଗବଶତଃ ଏହାପରେ ଡିବିରିର ନିଆଁ କମ୍ବଳରେ ଲାଗିଯାଇଥିଲା। ଏହି ସମୟରେ ଘରେ କେହି ନ ଥିବାରୁ ଏହାକୁ ଦେଖି ପାରି ନ ଥିଲେ। ଶିଶୁ ଦୁଇଟି ନିଆଁରେ ଛଟପଟ ହୋଇ କାନ୍ଦି କାନ୍ଦି ଜଳନ୍ତା ଅବସ୍ଥାରେ ବାହାରକୁ ଆସିଥିଲେ। ତାପରେ ପଡ଼ୋଶୀମାନେ ଉଭୟଙ୍କୁ ଦେଖିଥିଲେ । ସେମାନେ ତୁରନ୍ତ ନିଆଁକୁ ଲିଭାଇ ଦୁଇ ଶିଶୁଙ୍କୁ ମାଲକାନଗିରି ମେଡିକାଲକୁ ଆଣିଥିଲେ। ଶିଶୁ ଦୁଇଟି ଶତ ପ୍ରତିଶତ ଜାଳି ଯାଇଥିବା ଡାକ୍ତର କହିଛନ୍ତି।publive-image

ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ଥିବା ରାଜୀବର ବୟସ ୮ ବର୍ଷ ହୋଇଥିବା ବେଳେ ବିନ୍ଦିୟାର ବୟସ ୨ ବର୍ଷ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe