ପାଣିରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

Advertisment
ପାଣିରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆସାହି : ରାସ୍ତା କାମ ପାଇଁ ମାଟି ଖୋଳି ଦେଇଥିଲେ। ଖାଲରେ ପାଣି ଜମିରହିଥିଲା। ସେହି ପାଣିରେ ପଡ଼ି ଆଜି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତ ଫୁଲବାଡ଼ିଆ (ଚତୁରିଘାଟି)ରେ ଘଟିଛି ଏହି ଦୁଃଖଦ ଘଟଣା।

ମୃତ ଶିଶୁଦ୍ୱୟ ହେଲେ ଠୁମ୍ପୁ ସୋରେନଙ୍କ ଝିଅ ଜାସ୍ମୀ (୪) ଓ ରମାକାନ୍ତ ନାଏକଙ୍କ ଝିଅ ଅର୍ପିତା(୫)। ଖାଲରେ ଗାଧୋଇବା ବେଳେ ଦୁହେଁ ବୁଡ଼ିଯାଇଥିଲେ। ଜାସ୍ମୀର ମା’ ଓ ବାପା ନିକଟସ୍ଥ କାଳବନ୍ଧକୁ ଲୁଗା ସଫା କରିବାକୁ ଯାଇଥିଲେ। ଅର୍ପିତାର ମା’ ତାଙ୍କ ସାନଝିଅକୁ ଟିକା ଦେବା ପାଇଁ ଫୁଲବାଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ଘରେ ବାପାମା’ କିମ୍ବା ଅନ୍ୟ କେହି ବୟସ୍କ ଲୋକ ନଥିଲେ। ସମସ୍ତଙ୍କ ଅଲକ୍ଷ୍ୟରେ ଜାସ୍ମୀ, ଅର୍ପିତା ଓ ଅର୍ପିତାର ମଝିଆ ଭଉଣୀ (୩ ବର୍ଷ) ମିଶି ଘରଠାରୁ ଅନତି ଦୂରରେ ଥିବା ଖାଲକୁ ଗାଧୋଇବାକୁ ଯାଇଥିଲେ। ୩ ବର୍ଷ ଭଉଣୀକୁ କୂଳରେ ଛିଡ଼ାକରାଇ ଜାସ୍ମୀ ଓ ଅର୍ପିତା ପାଣିକୁ ପଶିଥିଲେ। ପାଣିଖାଲଟି ଅତି ଗଭୀର ହୋଇଥିବାରୁ ଦୁହେଁ ବୁଡ଼ି ଯାଇଥିଲେ। ପରିବାର ଲୋକେ publive-imageଘରେ ପହଞ୍ଚି ପିଲାମାନଙ୍କୁ ଖୋଜାଖୋଜି କରିଥିଲେ। ପାଣିଖାଲ ନିକଟରେ ଅର୍ପିତାର ସାନଭଉଣୀ (୩ ବର୍ଷର ଝିଅ) ବସି କାନ୍ଦୁଥିବା ଦେଖି ଗାଁ ଲୋକେ ସେଠାରେ ପହଞ୍ଚି ପାଣି ଭିତରେ ଖୋଜିଥିଲେ। ପାଣି ଭିତରେ ଖୋଜାଖୋଜି କରିବା ପରେ ଦୁଇ ଶିଶୁଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇ କପ୍ତିପଦା ଥାନା ଅଧିକାରୀ ବ୍ରଜବନ୍ଧୁ ନାୟକ, ସିଡିପିଓ ମିତାରାଣୀ ବସା ଘଟଣାସ୍ଥଳରେ ପହଞ୍ଚିଥିଲେ। ଠୁମ୍ପୁ ସୋରେନଙ୍କ ଏତଲାକ୍ରମେ ୩୬/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସରପଞ୍ଚ ରାଜଶ୍ରୀ ମାର୍ଣ୍ଡି ଦୁଇ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାଲେଖାଁଏ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe