ବଜ୍ରପାତରେ ଜଳିଗଲା ୨ ନଡ଼ିଆ ଗଛ

ବଜ୍ରପାତରେ ଜଳିଗଲା ୨ ନଡ଼ିଆ ଗଛ

representetional immage - GH Gossip

ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାପବନ ହୋଇଛି। ବ୍ରଜପାତରେ ୨ଟି ନଡ଼ିଆ ଗଛ ଜଳିଯାଇଛି। ଅନେକ ସ୍ଥାନରେ ଛୋଟଛୋଟ ଗଛ ଉପୁଡ଼ିଯାଇ ଡାଳ ଭାଙ୍ଗିପଡ଼ିଛି। ବ୍ରଜପାତରେ ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ଗାଁର ନିତ୍ୟାନନ୍ଦ ନନ୍ଦଙ୍କ ନଡ଼ିଆଗଛ ଜଳିଯାଇଥିଲା। ଚଣ୍ତିଖୋଲ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ନିକଟରେ ଥିବା ଛଣଛପର ଘରଗୁଡ଼ିକ ଉପରୁ ବିପଦ ଟଳି ଯାଇଥିଲା। ସେହିପରି ଦେଓଦା ପଞ୍ଚାୟତ ବାସୁଦେବପୁର ଗ୍ରାମର ବୈକୁଣ୍ଠନାଥ ପାଣିଙ୍କ ନଡ଼ିଆ ଗଛ ଜଳିଯାଇଛି।

ସେହିପରି ଜାରକା ପଞ୍ଚାୟତ ଉତ୍ତର ଶାସନ(ଖ) ଗ୍ରାମର ଚନ୍ଦ୍ରମଣି ଭୂୟାଁଙ୍କ ନଡ଼ିଆ ଗଛ ଉପୁଡ଼ି ବିଦ୍ୟୁତ୍ ତାର ଉପରେ ପଡ଼ିଥିଲା। ଖବରପାଇ ବିଭାଗୀୟ କର୍ମଚାରୀ ନଡ଼ିଆ ଗଛ କାଟି ବିଦ୍ୟୁତ୍ ସେବା ସ୍ବାଭାବିକ କରାଇଥିଲେ। ଏଥିସହ ବହୁ କଦଳୀଗଛ ଶୋଇ ଯାଇଥିବା ବେଳେ ଅମୃତଭଣ୍ତା ଓ ଶଜନା ଗଛ ଭାଙ୍ଗିଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe