ପରିବା ବେପାରୀଙ୍କୁ ମାଡ଼ ମାରିବା ମହାଙ୍ଗା ପଡ଼ିଲା: ଦୁଇ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲ୍ଲା ଆରକ୍ଷୀ

Advertisment
ପରିବା ବେପାରୀଙ୍କୁ ମାଡ଼ ମାରିବା ମହାଙ୍ଗା ପଡ଼ିଲା: ଦୁଇ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲ୍ଲା ଆରକ୍ଷୀ

ଚାନ୍ଦବାଲି: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ଜରି ଫାଣ୍ଡି ବିଟ ହାଉସରେ କାର୍ଯ୍ୟରତ ଦୁଇ କନେଷ୍ଟବଳ ଜଣେ ପରିବା ବେପାରୀଙ୍କୁ ମାଡ଼ ମାରିବା ମହାଙ୍ଗା ପଡ଼ିଛି। କନେଷ୍ଟବଳ ଦୀପକ ରାଉତ ଏବଂ  ସତ୍ୟରଞ୍ଜନ ଦାସ ଗତ ଅଗଷ୍ଟ ମାସ ୧୬ ତାରିଖରେ ପରିବା ବେପାରୀଙ୍କୁ ମାଡ଼ ମାରିବା ଖବର ‘ସମ୍ବାଦ ଡଟ୍ ଇନ୍’ରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ଘଟଣାର ତଦନ୍ତ କରି ଉଭୟଙ୍କୁ ନିଲମ୍ବିତ କରିଛନ୍ତି। ପୁଲିସ ମାଡ଼ ଶିକାର ହୋଇଥିବା ପରିବା ବେପାରୀ ନ୍ୟାୟ ପାଇଛନ୍ତି ବୋଲି ସମ୍ବାଦକୁ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଗତ ଅଗଷ୍ଟ ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲିର କିଛି ପରିବା ବ୍ୟବସାୟୀ ପରିବା ଆଣିବାକୁ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳକୁ ଯାଇଥିଲେ। ସେମାନେ ବାରବାଟୀରୁ ପରିବା ନେଇ ଫେରୁଥିବା ବେଳେ ରାତି ହୋଇଯାଇଥିଲା। ରାତ୍ରି ୧ ଟା ସମୟରେ ଜରି ଫାଣ୍ଡି ଅଧୀନ ଦେଇ ଯାଉଥିବା ବେଳେ ସିଙ୍ଗପୁର ଇନ୍ଦିରା ଗାନ୍ଧି ଛକରେ ଡ୍ୟୁଟିରେ ଥିବା ଦୁଇଜଣ ପୁଲିସ କର୍ମଚାରୀ ପରିବା ଗାଡ଼ିକୁ ଅଟକାଇବା ସହିତ ଚାଳକ ବିଶିକେଶନ ଦାସ (୨୫)ଙ୍କଠାରୁ ଗାଡ଼ି ଚାବି ଛଡେଇ ନେଇଥିଲେ। ସେମାନେ ଗାଡ଼ିରେ କ’ଣ ଅଛି ବୋଲି ପଚାରିଥିଲେ।
ପରିବା ବ୍ୟବସାୟୀ ଗଣେଶ ସାହୁ (୩୦) ଏଥିରେ ପରିବା ଥିବା କହିଥିଲେ। ହେଲେ ଆମକୁ ଭୁଆଁ ବୁଲାଉଛ କହି ଡ୍ରାଇଭରଙ୍କ ସହିତ ପରିବା ଗଣେଶଙ୍କୁ ଅକାରଣରେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସର ନିସ୍ତୁକ ମାଡ଼ରେ ଡ୍ରାଇଭରଙ୍କ କାନ ଶୁଭୁନଥିବା ଅଭିଯୋଗ ହୋଇଛି। ପୁଲିସ କର୍ମଚାରୀମାନେ ଗଣେଶଙ୍କୁ ବାଡ଼ିରେ ଗୋରୁଗାଈ ଭଳି ପିଚାରେ ପିଟିଥିଲେ। ଗଣେଶ ପିଇବା ପାଇଁ ପାଣିମାଗିବାରୁ ଗୁଳି ମାରିଦେବାକୁ ଧମକ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe