YouTube
ପାଲଲହଡ଼ା : ପାଲଲହଡା ବ୍ଲକ୍ ଅନ୍ତର୍ଗତ ଖମାର ଥାନା ଆଲୋରୀ ପଞ୍ଚାୟତର ଚୋରଘାଟିଠାରେ ଗତ ରାତିରେ ଏକ ଗୋରୁ ବୋଝେଇ ଟାଟା ଏସି ମିନିଟ୍ରକ(ଓଡି୩୫ବି୬୪୦୬) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋରୁ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଚୋର ଘାଟିର ରାସ୍ତାରେ ୪୦ ଫୁଟ ତଳକୁ ଖସି ପଡ଼ିଏକ ଗଛରେ ବାଡେଇ ହୋଇ ଯାଇଥିଲା।
ଦୁର୍ଘଟଣା ପରେ ଘଟଣା ସ୍ଥଳରେ ୨ଟି ଗୋରୁ ମୃତ ହୋଇଯିବା ସହ ଗୋଟିଏ ଗୋରୁ ଗୁରୁତର ଆହତ ଅବସ୍ଥାରେ ରହିଛି। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋରୁଙ୍କୁ ଉଦ୍ଧାର କରିବା ସହ ଖମାର ଥାନା ପୁଲିସକୁ ଖବର ଦେଇଥିଲେ। ଖମାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ପରେ ଗୋରୁ ଗାଡ଼ି ଡ୍ରାଇଭର ଫେରାର ହେଇଯାଇଥିବା ଜଣାପଡ଼ିଛି।
The New York Timesସୂଚନାଯୋଗ୍ୟ, ଏକ ମାସ ତଳେ ୬୦ରୁ ଉର୍ଦ୍ଧ୍ବ ଗୋରୁ ଏହି ରାସ୍ତା ଦେଇ ବେପାରୀମାନେ ନେଉଥିବା ବେଳେ ପାଲଲହଡ଼ା ଉପଖଣ୍ଡ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଗୋରୁମାନଙ୍କୁ ଅଟକା ଯାଇ ଖମାର ପୁଲିସକୁ ଖବର ଦିଆଇଥିଲା। କିଛି ଦିନ ତଳେ ଏହି ଘାଟିରେ ଚୋରା ଗୋରୁ ବୋଝେଇ ଗାଡ଼ିକୁ ରାତି ୩ ଟାରେ ୩ ଜଣ ଯୁବକ ମୋଟର ସାଇକେଲରେ ପିଛା କରୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହେଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହେଇଥିଲେ। ଏହି ରାସ୍ତାରେ ବାରମ୍ବାର ଚୋରା ଗୋରୁ ବୋଝେଇ ଗାଡ଼ି ଯାଉଥିବାରୁ ପୁଲିସ ପ୍ରଶାସନ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
Follow Us