ଭୁବନେଶ୍ବର/ ବ୍ରହ୍ମପୁର: କିଏ ବେଆଇନ ବାଲିଘାଟ ଚଳାଉଥିଲା ତ କିଏ ମଦ ଭାଟି; ଆଉ କିଏ ସ୍ପେସାଲ୍‌ କ୍ଲାସ୍‌ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ଗଞ୍ଜାମରେ ଚାଲିଥିବା ଏଭଳି ବେଆଇନ କାରବାର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛାଟ ବାଜିଛି। ଶୁକ୍ରବାର ସକାଳୁ ଇଡି ଟିମ୍‌ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ୫ ସ୍ଥାନରେ ଚଢ଼ଉ କରି ମାଫିଆଙ୍କ ନିଦ ହଜାଇଦେଇଛି। ଜିଲ୍ଲାସାରା ‌ଖେଦି ଯାଇଥିଲେ ୧୦୦ଜଣିଆ ଟିମ୍‌। ବାଲି ଓ ମଦ ମାଫିଆଙ୍କ ଘରେ ଆରମ୍ଭ ହୋଇଥିଲା ଅତର୍କିତ ଚଢ଼ଉ। ବ୍ରହ୍ମପୁର ସହରର ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା ବେଳେ କନିଷି, ଶେରଗଡ଼ ଓ ଆସିକାରେ ବି ଚାଲିଥିଲା ଘନଘନ ଚଢ଼ଉ। ଯେଉଁମାନଙ୍କ ଭିତରୁ ଅଧିକାଂଶ ବିଜେଡିର ପୃଷ୍ଠପୋଷକ ଥିବା ଜଣାପଡ଼ିଛି। ଏହି ଚଢ଼ଉ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ଚଢ଼ଉ ସମୟରେ କୋଟି କୋଟି ନଗଦ ଟଙ୍କା ଓ ଗହଣା ଜବତ କରାଯାଇଛି।

Advertisment

PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ

ବ୍ରହ୍ମପୁରର ୫ରୁ ଅଧିକ ସ୍ଥାନରେ ଇଡି ଛାଟ

ଅନ୍ୟଜଣଙ୍କ ଘରେ ଥିଲା ଟଙ୍କା ଭର୍ତ୍ତି ଟ୍ରଙ୍କ, ସୁନା

ସ୍କାନର୍‌ରେ ବାଲି, ମଦମାଫିଆ, ବିଜେଡି ପୃଷ୍ଠପୋଷକ

ସୂଚନା ଅନୁସାରେ, ବିଜେଡି ଜିଲ୍ଲା ଉପସଭାପତି ହୃଷୀକେଶ ପାଢ଼ୀଙ୍କ ବ୍ରହ୍ମପୁରସ୍ଥିତ ଜୟପ୍ରକାଶ ନଗର ଓ ଶେରଗଡ଼ ଘରେ ଚଢ଼ଉ ହୋଇଥିଲା। ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ, ବିଜିପୁର କାଳୁଆସାହିର ହକି ଓରଫ୍‌ ବିଶ୍ୱଜିତ ପାତ୍ରଙ୍କ ଘର, ଗାନ୍ଧୀନଗର ନିକଟ ଅମ୍ବିକାନଗରରେ ଥିବା ଶିବପ୍ରସାଦ ପାଢ଼ୀଙ୍କ ଘର ଓ ଷ୍ଟେସନ୍‌ ରୋଡ୍‌ରେ ଥିବା ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ଅଫିସ୍‌, କନିଷିର ବିଶିଷ୍ଟ ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘରେ ଚଢ଼ଉ କରାଯାଇଥିଲା। ଏଥିରୁ ବର୍ତ୍ତିନାହାନ୍ତି ଆସିକା ବ୍ଲକ୍‌ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ। ତାଙ୍କ ସ୍ୱାମୀ ତଥା ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନରେ ମଧ୍ୟ ଇଡି ଚଢ଼ଉ କରିଛି। ଚଢ଼ଉ ସମୟରେ ହୃଷୀକେଶଙ୍କ ଘରୁ ନଗଦ ୨ କୋଟି  ଟଙ୍କା ମିଳିଥିଲା। ଆଲମିରାରେ ଥାକ ମରା ହୋଇଥିବା ୨ କୋଟି ଟଙ୍କାର କୌଣସି ହିସାବ ନମିଳିବାରୁ ଇଡି ଜବତ କରି ନିଜ ହେପାଜତକୁ ନେଇଛି। ସନ୍ଧ୍ୟାରେ ବ୍ରହ୍ମପୁର ସହର ତୁଳସୀନଗରସ୍ଥିତ ବ୍ୟବସାୟୀ ସନ୍ତୋଷ ଦଳାଇଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ କିଛି ସୁନାଗହଣା ଜବତ କରାଯାଇଛି। ଏକ ବ୍ୟାଙ୍କ ଗାଡ଼ିରେ ଜବତ ଟଙ୍କା ଓ ଗହଣାକୁ ଇଡି ନେଉଥିବା ନଜରକୁ ଆସିଛି।  ‌ସେହିପରି ଅନ୍ୟ ସ୍ଥାନରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସବୁଠୁ ବଡ଼କଥା ହେଲା, ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏବେ ଜେଲ୍‌ରେ ଥିବା ବେଳେ ଉପସଭାପତିଙ୍କ ଘରେ ଚଢ଼ଉକୁ ନେଇ ରାଜନୈତିକ ମହଲରେ ଛନକା ପଶିଛି।

Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬