ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସିକିରି ଗ୍ରାମ ଋଷିକୁଲ୍ୟା ନଦୀତଟ ବାଲିଘାଟ ନିକଟରେ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ ଆକ୍ରମଣ ହୋଇଛି। ଏ ନେଇ ରଜନୀକାନ୍ତ ହିଞ୍ଜିଳିକାଟୁ ଥାନାରେ ଖରିଡ଼ା ଗ୍ରାମରେ କହ୍ନେଇ ପ୍ରଧାନଙ୍କ ନାମରେ ଏତଲା ଦେବା ପରେ କେସ୍‌ ନମ୍ବର ୧୮/୨୬ରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

Advertisment

The ambulance: ଦୀର୍ଘ ସମୟ ଧରି ଅଟକିଲା ଆମ୍ବୁଲାନ୍ସ

 ରଜନୀକାନ୍ତ ଗତକାଲି ବେଆଇନ ବାଲିଘାଟ ବନ୍ଦ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏହାର ୨୪ ଘଣ୍ଟା ପରେ ତାଙ୍କ ଉପରେ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗତ କିଛିଦିନ ହେଲା ନିର୍ଦ୍ଦିଷ୍ଟ ବାଲିଘାଟକୁ କେନ୍ଦ୍ର କରି ଛୋଟମୋଟ ଘଟଣା ସାମନାକୁ ଆସୁଥିଲା।
ରଜନୀକାନ୍ତଙ୍କ ଏତଲାରେ ଉଲ୍ଲେଖ କରାଯାଇଛି ଯେ ଖରିଡ଼ା ବାଲିଘାଟରୁ ବିନା ଅନୁମତିରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି। ଏ ସଂପର୍କରେ ସେ ବାରମ୍ବାର ବିଭାଗୀୟ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିଲା। ଆଜି ମଧ୍ୟାହ୍ନରେ ରଜନୀକାନ୍ତ ଜେସିବି ନେଇ ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତା ଖୋଳୁଥିଲେ। ଏହି ସମୟରେ ଖରିଡ଼ା ଗ୍ରାମର କହ୍ନେଇ ପ୍ରଧାନ ସେଠାରେ ପହଞ୍ଚିବା ପରେ ରଜନୀକାନ୍ତଙ୍କ ସହ ମାଟି ଖୋଳାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। କହ୍ନେଇ ଉତ୍‌କ୍ଷିପ୍ତ ହୋଇ ରଜନୀକାନ୍ତଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ। ଆଉ ଦୁଇଜଣ ବି ତାଙ୍କୁ ଆକ୍ରମଣ କରିଥିବା ରଜନୀକାନ୍ତ ଏତଲାରେ ଦର୍ଶାଇଛନ୍ତି।

Target killings : ବାଂଲାଦେଶରେ ଟାର୍ଗେଟ୍‌ କିଲିଂ

 ଏହାସହ ଗତକାଲି ସେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିବାରୁ କହ୍ନେଇ ତାଙ୍କୁ ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରଜନୀକାନ୍ତ ତାଙ୍କୁ ଆକ୍ରମଣ କରିଥିବା ନେଇ କହ୍ନେଇ ପାଲଟା ଏତଲା ଦେବା ସହ ଉପରୋକ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଏନେଇ କେସ ନମ୍ବର ୧୯/୨୬ରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।