ଢାକା: ବାଂଲାଦେଶର ଢାକା ଉପକଣ୍ଠରେ ଥିବା ନରସିଙ୍ଗଡିରେ ସୋମବାର ରାତିରେ ଜଣେ ହିନ୍ଦୁ ତେଜରାତି ଦୋକାନ ମାଲିକଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହା ହିନ୍ଦୁ ସଂପ୍ରଦାୟ ଉପରେ ଦ୍ବିତୀୟ ପ୍ରାଣଘାତୀ ଆକ୍ରମଣ ଆତଙ୍କ ସୃଷ୍ଟି କରିିଛି। 
ନରସିଂହଡ଼ିର ଏସ୍‌ପି ଅବଦୁଲ୍ଲା ଅଲ୍ ଫାରୁକ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ନରସିଂହଡ଼ି ଜିଲ୍ଲାର ପଲାଶ ଉପଜିଲ୍ଲାର ବାସିନ୍ଦା ଶରତ ମଣି ଚକ୍ରବର୍ତ୍ତୀ ସୋମବାର ରାତି ୯ଟା ପରେ ତାଙ୍କ ବ୍ୟବସାୟରୁ ଘରକୁ ଫେରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ତାଙ୍କ ଘର ସାମ୍ନାରେ ଛୁରି ଭୁସି ହତ୍ୟା କରିଥିଲେ। ଫାରୁକ୍ କହିଛନ୍ତି ଯେ ହତ୍ୟାକାଣ୍ଡ ପଛର କାରଣ ପୁଲିସ ଜାଣିପାରି ନାହିଁ ଏବଂ ହତ୍ୟାକାରୀଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।

Advertisment

2.89 crore names: ଉତ୍ତରପ୍ରଦେଶରେ ଡ୍ରାଫ୍‌ଟ ଭୋଟର ତାଲିକା ଜାରି ବାଦ୍ ପଡ଼ିଲା ୨.୮୯ କୋଟି ନାଁ

 
ଖୁଲନା ଡିଭିଜନର ଯଶୋର ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିବା ହିନ୍ଦୁ ସାମ୍ବାଦିକ ରଣ କାନ୍ତି ବୈରାଗୀଙ୍କ ମୃତ୍ୟୁ ଦିନ ହିଁ ଶରତଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନା ନେବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମଣିଙ୍କ ପତ୍ନୀ ଅନ୍ତରା ମୁଖାର୍ଜୀ ଏବଂ ୧୨ ବର୍ଷର ପୁଅ ଅଭିକ ଚକ୍ରବର୍ତ୍ତୀ ଅଛନ୍ତି। ଶରତ କିଛି ବର୍ଷ ପୂର୍ବେ ବାଂଲାଦେଶ ଫେରିବା ପୂର୍ବରୁ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ।ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ମଣି ବହୁତ ସରଳ ଜୀବନଯାପନ କରୁଥିଲେ ଏବଂ କାହା ସହ କୌଣସି ବିବାଦ ନ ଥିଲା।

Slogans: ଜେଏନ୍‌ୟୁରେ ମୋଦୀ-ଶାହଙ୍କ ବିରୋଧରେ ସ୍ଲୋଗାନ