ଆହୁରି ୨ ଦିନ ବର୍ଷିବ: ୨୮ରୁ ବଦଳିବ ପାଗ

Advertisment
ଆହୁରି ୨ ଦିନ ବର୍ଷିବ: ୨୮ରୁ ବଦଳିବ ପାଗ

ଭୁବନେଶ୍ବର: ଆହୁରି ୨ ଦିନ ଜୋର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ୨ ଦିନ ବର୍ଷିବ।୨୮ ତାରିଖରୁ ପାଗ ବଦଳିବ।
ଶ୍ରୀ ଦାସ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୨ ପ୍ରକାରର ନିୟାମକ ସକ୍ରିୟ ରହିଛି। ଗୋଟିଏ ନିମ୍ନଚାପ ରେଖା ଓ ସକ୍ରିୟ ଲଘୁଚାପ, ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେଗୁଡ଼ିକ ହେଲା ବରଗଡ଼, ସୁନ୍ଦରଗଡ଼,ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, କେନ୍ଦୁଝର। ସେହିପରି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲଘୁଚାପଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ସହରାଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକଜନିତ ସମସ୍ୟା ଉପୁଜିପାରେ। ମାଟି ଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ,୧ ଜୁନ ୨୬ ଜୁନ ମଧ୍ୟରେ ୧୩୦ ମିମି ବର୍ଷା ରାଜ୍ୟରେ ରେକର୍ଡ଼ ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୭୨.୨ ତୁଳନାରେ ୨୪ ପ୍ରତିଶତ କମ ରହିଛି। ଏଥିସହ ଗତ ୨୪ଘଣ୍ଟା ରେ ରାଜ୍ୟରେ ୩୧.୭ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯% ଅଧିକ। ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳରେ ସର୍ବାଧିକ ବର୍ଷା ୧୯୮.୭ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ୧୦ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୨୫ ସହରରେ ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe