ଟ୍ରେଲର୍‌-ସ୍କୁଟି ଧକ୍କା: ୨ ମୃତ, ୨ ଗୁରୁତର

ଟ୍ରେଲର୍‌-ସ୍କୁଟି ଧକ୍କା: ୨ ମୃତ, ୨ ଗୁରୁତର

voiceofsikkim.com

ରାଉରକେଲା/ସୁନ୍ଦରଗଡ଼ : ରାଉରକେଲା ନିକଟବର୍ତ୍ତୀ ବେଦବ୍ୟାସ ଟିସିଆଇରେ ଟ୍ରେଲର୍‌ ଧକ୍କାରେ ୨ ଜଣ ସ୍କୁଟି ଆରୋହୀ ମୃତ୍ୟୁବରଣ କରିଛନ୍ତି। ରାତି ସାଢେ ୮ଟା ବେଳେ ଟିସିଆଇ ଛକ ପୂର୍ବରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ଏକ ଟ୍ରେଲର୍‌ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍କୁଟିଟି ଟ୍ରଲର୍‌ ଭିତରକୁ ପଶି ଯାଇଥିଲା। ଫଳରେ ସ୍କୁଟିରେ ଥିବା ଲାଲା ଲୋହାର (୨୨), ପ୍ରତାପ ଟପ୍ପୋ (୨୦), ମୁକେଶ ଲୋହାର (୨୨) ଓ ସୋମା‌ ଟପ୍ପୋ (୧୬) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଲାଲା ଓ ପ୍ରତାପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୁକେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମରା ଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତିନି ସାଙ୍ଗ ବେଦବ୍ୟାସରୁ ପାଣି ନେଇ ଘୋଘର ଯାଇଥାନ୍ତେ ବୋଲି ପରିବାର ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe