ବେଲପଡା ଦର୍ଲିମୁଣ୍ଡାରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୨ ମୃତ, ୪ ଗୁରୁତର

Advertisment

ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍

ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍

ଦୋକାନରେ ପଶି ଆକ୍ରମଣ, ଜଣେ ଗୁରୁତର

Sambad English

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଦର୍ଲିମୁଣ୍ଡା ଗ୍ରାମରେ ବିବାଦ କ୍ରମଶଃ ଉଗ୍ର ରୂପ ନେଇଥିବା ବେଳେ ଏଥିରେ ଦୁଇ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ମୃତ ହୋଇଥିବା ଦୁଇ ଜଣ ବାପା ପୁଅ ହୋଇଥିବା ବେଳେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ୪ ଜଣ ମଧ୍ୟ ଗୋଟିଏ ପରିବାରର ବୋଲି ଜଣାପଡିଛି।

ପୁଲିସର ସୂଚନା ଅନୁଯାୟୀ, ବେଲପଡା ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମରେ ବନଛୋର ପରିବାର (ଟ୍ରାକ୍ଟର ମାଲିକ) ଓ ରାଉତ (ଡ୍ରାଇଭର) ପରିବାର ମଧ୍ୟରେ ବିବାଦ ଉପୁଜିଥିବା ବେଳେ ଏହା ଉଗ୍ର ରୂପ ନେଇଥିଲା। ମୋତିଲାଲ ବନଛୋରର ଟ୍ରାକ୍ଟର ଡ୍ରାଇଭର ଭାବେ ମଙ୍ଗଲ ରାଉତ କାମ କରୁଥିଲା। ତେବେ ମଙ୍ଗଲ ନିଜ ଦରମା ଟଙ୍କା ମାଗିବାରୁ ବିବାଦ ଉପୁଜିଥିଲା। ବିବାଦ କ୍ରମଶଃ ଉଗ୍ର ରୂପ ନେଇଥିଲା। ଫଳରେ ବନଛୋର ଓ ରାଉତ ପରିବାର ମଧ୍ୟରେ ଝାମେଲା ହେବା ସହିତ ମାଡପିଟ ହୋଇଥିଲା। ଏହି ମାଡପିଟ ସମୟରେ ବନଛୋର ପରିବାରର ମୋତିଳାଲ ମନଛୋର(୫୦), ହେମନ୍ତ ବନଛୋର(୩୦), କୈଳାଶ ବନଛୋର(୨୬), ଚନ୍ଦାମଣି ବନଛୋର(୨୩) ଓ ବୈକୁଣ୍ଠ ବନଛୋର(୨୦) ଏବଂ ରାଉତ ପରିବାରର ବାଲ୍ମିକି ରାଉତ(୬୫), ମଙ୍ଗଲ ରାଉତ, ଗୌର ରାଉତ, ବିପିନ ରାଉତ, ଫକିର ରାଉତ ଥିବା ଜଣାପଡିଛି। ତେବେ ଉଭୟ ପକ୍ଷରୁ ଦର୍ଲିମୁଣ୍ଡା ଗ୍ରାମର ମୁଣ୍ଡାପଲା ବନ୍ଧ ନିକଟରେ ଉଗ୍ର ରୂପ ନେଇ ଧାରୁଆ ଅସ୍ତ୍ରରେ ସଂଘର୍ଷ ହୋଇଥିଲା। ଏଥିରେ ବନଛୋର ପରିବାରର ମୋତିଲାଲ ବନଛୋରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଚନ୍ଦାମଣି ବନଛୋରଙ୍କର ବେଲପଡା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅପରପକ୍ଷରେ ବନଛୋର ପରିବାରର ହେମନ୍ତ ବନଛୋର ଏବଂ ରାଉତ ପରିବାରର ବାଲ୍ମିକି ରାଉତ, ମଙ୍ଗଳ ରାଉତ, ଗୌର ରାଉତ ଓ ଫକିର ରାଉତ ଗୁରୁତର ତଥା ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ଘଟଣା ସ୍ଥଳରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକଙ୍କ ସହିତ ବେଲପଡା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକଙ୍କୁ ପଚାରିବାରୁ ୧୦ ରୁ ୧୫ ହଜାର ଦରମା ଟଙ୍କା ମାଗିବାରୁ ବିବାଦ ଓ ପରେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା। ଏହାକୁ ନେଇ ବେଲପଡା ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ କରୁଥିବା ନେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe