ଯମଦୂତ ସାଜିଲା ଆମ୍ବୁଲାନ୍‌ସ : ରୋଗୀଙ୍କ ସହ ୨ ମୃତ, ୬ ଗୁରୁତର

Advertisment
ଯମଦୂତ ସାଜିଲା ଆମ୍ବୁଲାନ୍‌ସ : ରୋଗୀଙ୍କ ସହ ୨ ମୃତ, ୬ ଗୁରୁତର

ବାଲେଶ୍ୱର/ରୁପ୍‌ସା/ ବାଲିଆପାଳ/ଖୁଣ୍ଟା : ଦେବଦୂତ ସାଜି ସଂଗେ ସଂଗେ ଦୁର୍ଘଟଣାସ୍ଥଳରେ ପହଂଚିଯାଉଥିବା ୧୦୮ ଆମ୍ବୁଲାନ୍‌ସ ଏବେ ଯମଦୂତ ପାଲଟିଗଲାଣି। ଉତ୍ତର ଓଡ଼ିଶାରେ ଘଟିଥିବା ଦୁଇଟି ଦୁର୍ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

ପ୍ରଥମ ଘଟଣାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ହାସିମପୁରରୁ ହୃଦ୍‌ରୋଗୀ ରାଜେଶ ମିତ୍ରଙ୍କୁ ନେଇ ଓଡି-୦୧ଜି-୨୫୩୮ ନମ୍ବରର ଏକ ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଡାକ୍ତରଖାନା ଅଭିମୁଖେ ଯାଉଥିଲା। ତେବେ ରାତିରେ ଆମ୍ବୁଲାନ୍‌ସଟି ଦ୍ରୁତଗତିରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ର ପଛପଟକୁ ଧକ୍କା ଦେଇଥିଲା। ଫଳରେ ରୋଗୀଙ୍କ ସଂପର୍କୀୟ ଶାନ୍ତିଲତା ମିତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହିତ, ୬ ଜଣ ଆହତ ହୋଇଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକଠାରେ ପୂର୍ବାହ୍ନରେ ଅନ୍ୟ ଏକ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରୋଗୀ ନେବାକୁ ଖୁଣ୍ଟାରୁ ଉଦଳା ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା‌। ଫଳରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସତ୍ୟବାନ ଗିରି ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲ୍‌ପରଙ୍କୁ ସୁରକ୍ଷିତ ଭାବେ ଗାଡ଼ି ଭିତରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe