ପାଲଜୋରରେ ବାଇକ୍ ଦୁର୍ଘଟଣା: ୨ ମୃତ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର-ଭବାନୀପାଟଣା ପାଲଜୋର୍ ନିକଟ ମୁଖ୍ୟ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଥୁଆମୂଳ ରାମପୁର ଥାନା ଗୋପାଲପୁର ପଞ୍ଚାୟତ ପାଡ଼େଲଗୁଡ଼ା ଗ୍ରାମର ସୁଭାଷ ମାଝୀ (୨୫ବର୍ଷ) ଓ ଅଡ୍ରି ପଞ୍ଚାୟତ ପେଙ୍ଗଢୁସୀ ଗ୍ରାମର କୃଷ୍ଣଚନ୍ଦ୍ର ମାଝୀ(୨୮ବର୍ଷ)।

ଦୁଇ ସଢ଼ୁ କୌଣସି ଏକ କାମରେ ବେନ୍ଦାଝୋଲା ଗ୍ରାମରୁ ଗୋଦ୍ରାମସ୍କା ପଟକୁ ଏକ ବାଇକ୍ ଯୋଗେ ଯାଉଥିବା ସମୟରେ ପାଲଜୋର୍‌  ଗ୍ରାମ ଛକର ମୁଖ୍ୟ ରାସ୍ତାଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ସୁଭାଷଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe