ପାର୍କିଂ ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ୨ ଯୁବକ ମୃତ, ଜଣେ ଗୁରୁତର

Advertisment
ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣା: ୨୦୨୧ରେ ୨୮୧୧ ଦୁର୍ଘଟଣା, ୧୩୬୬ ଜୀବନ ଯାଇଛି

ରାଇରଙ୍ଗପୁର/ବାଦାମପାହାଡ଼/ହାଟବାଦଡ଼ା: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଦ୍ବୟ ହେଲେ ରାଇରଙ୍ଗପୁର ମହିଷାନେଦା ଅଞ୍ଚଳର ଭାଗନ ମୁର୍ମୁ (୨୩) ଓ ତାଙ୍କ ସାଙ୍ଗ ଶ୍ୟାମ ମୁର୍ମୁ। ସୂଚନା ମୁତାବକ ଭାଗନ ମୁର୍ମୁ (୨୩), ଶ୍ୟାମ ମୁର୍ମୁ (୨୪) ଓ ଦୀପୁ ସୋରେନ୍‌ (୨୭) ଗତକାଲି ବିଳମ୍ବିତ ରାତିରେ ଯଶିପୁର ନିକଟ ଏଦେଲବେଡ଼ା ଗାଁ’କୁ ଏକ ବାଇକ୍‌ରେ ଯାଉଥିଲେ।

ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ବ୍ରେକ୍‌ଡାଉନ୍‌ ହୋଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ବାଇକ୍‌ଟି ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଭାଗନ୍‌ ଓ ଶ୍ୟାମଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଦୀପୁଙ୍କୁ ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି  କେସ୍‌ ନଂ ୫୯/୨୨ରେ ଏକ  ମାମଲା ରୁଜୁ କରିଛି। ଜାତୀୟ ରାଜପଥ କଡ଼ରେ ପାର୍କିଂ ପାଇଁ ଜାଗା ନଥିଲେ ମଧ୍ୟ ଲୁହାପଥର ବୋଝେଇ ଟ୍ରକ୍‌ଗୁଡ଼ିକ ପାର୍କିଂ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ କିଛିଦିନ ପୂର୍ବରୁ ଭାଲୁବସା ନିକଟରେ ପାର୍କିଂ କରିଥିବା ଏକ ଟ୍ରକ୍‌ ସହ ବାଇକ୍‌ର ଧକ୍କା ହେବା ଫଳରେ ଭାଇଭଉଣୀ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe