ବିଷ ପିଇଥିବା ଦୁଇଜଣ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ପନ୍ଦାଡ଼ୋ ଗ୍ରାମର ଜଣେ ବିବାହିତ ମହିଳା ଓ ଜଣେ ଯୁବକ ଗତକାଲି ଘସିପୁରା ଥାନା ବୀରଗୋବିନ୍ଦପୁର ନିକଟ ବୈତରଣୀ ନଦୀପଠାରେ ବିଷ ପିଇଥିଲେ। ଘସିପୁରା ପୁଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ଡାକ୍ତରଖାନା ପଠାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ପନ୍ଦାଡ଼ୋ ଗ୍ରାମର ସଂଯୁକ୍ତା ମହାନ୍ତି ବର୍ଷେ ତଳେ ବିବାହ କରିଥିଲେ। ସେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିଲେ। ଗତକାଲି ସକାଳୁ ଅଫିସ୍ କାମରେ ଯାଉଛି କହି ଘରୁ ବାହାରି ଆସିଥିଲେ। ସନ୍ଧ୍ୟାରେ ସଂଯୁକ୍ତା ଓ ତାଙ୍କ ପୁରୁଷବନ୍ଧୁ ନାହାଳିଆ ଗ୍ରାମର ଗୋବର୍ଦ୍ଧନ ନାୟକ ବିଷ ପିଇ ଗୁରୁତର ଅବସ୍ଥାରେ ବୀରଗୋବିନ୍ଦପୁର ନିକଟ ବୈତରଣୀ ନଦୀପଠାରେ ପଡ଼ିଥିବା ଖବର ମିଳିଥିଲା। ଘସିପୁରା ପୁଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ରାତିରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅପରାହ୍‌ଣରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ଉଭୟ ବିଷ ପିଇଲେ ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe