ସାପ କାମୁଡ଼ାରେ ଦୁଇଜଣ ମୃତ

ସାପ କାମୁଡ଼ାରେ ଦୁଇଜଣ ମୃତ

ଝୁମ୍ପୁରା: ବାରିଆ ଥାନା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଉଖୁଣ୍ଡା ଢିପାସାହିର ନରେନ୍ଦ୍ର ମହାନ୍ତଙ୍କ ଝିଅ ସତ୍ୟମୟୀ ଉଖୁଣ୍ଡା ହାଇସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରୀ। ଗତକାଲି ରାତିରେ ଖାଇସାରି ଗୋଟିଏ ପଲଙ୍କରେ ମଶାରି ଟାଣି ତିନିଭଉଣୀ ଶୋଇଥିଲେ। ରାତି ୩ଟା ବେଳେ ଏକ ବିଷଧର ଚିତିସାପ ସତ୍ୟମୟୀଙ୍କ କାନକୁ କାମୁଡ଼ି ଦେଇଥିଲା। ପରିବାର ‌ଲୋକେ ଝଡ଼ାଫୁଙ୍କା କରି କୌଣସି ସୁଫଳ ନ ପାଇବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ।

ସେହିପରି ଟୁକୁଡିହା ପଞ୍ଚାୟତ ମନହରପୁର ଗ୍ରାମର ସାନନ୍ଦ ମହାନ୍ତଙ୍କ ପୁଅ କିଶୋର ମହାନ୍ତ ମଧ୍ୟ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ରାତିରେ ‌ଶୋଇଥିବା ବେଳେ ଏକ ବିଷଧର ଚିତିସାପ ତାଙ୍କୁ କାମୁଡ଼ି ଥିଲା। କିଶୋର ପାଟି କରିବାରୁ ଘର ଲୋକେ ଉଠି ପଡ଼ିଥିଲେ। ପ୍ରଥମେ ଝଡ଼ାଫୁଙ୍କା କରିବା ପରେ କେନ୍ଦୁଝର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe