Advertisment

ପୋଖରୀରେ ବୁଡ଼ି ୨ ମୃତ

Advertisment
ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନ ରୁପ୍ରାରୋଡ଼ ପଞ୍ଚାୟତ ବରଗାଁରେ ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବରଗାଁର ଚକ୍ର ମାଝୀ (୬୫ବର୍ଷ) ଓ ଘଣ୍ଟବାହାଲି ଗାଁର ଚୂଳଦେବ ମାଝୀ (୫ବର୍ଷ)।

ସୂଚନାମତେ, ମୃତ ଚକ୍ର ମାଝୀ ଓ ଚୂଳଦେବ ମାଝୀ ଗାଁ ପୋଖରୀକୁ ଗୋଧୋଇବାକୁ ଯାଇଥିଲେ। ଏହି ସମୟରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପୋଖରୀରେ ସେମାନଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି ନର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର କୁନାଲ ସାହୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଉଭୟଙ୍କ ମୃତଦେହ ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe