new indian express
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଓ ଆନନ୍ଦପୁର ଥାନା ବିରିଡିହା ଗ୍ରାମରେ ପୋଖରୀରେ ବୁଡ଼ି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କେଶଦୁରାପାଳ ଗ୍ରାମର ଲମ୍ବୋଦର ଓଝା (୫୨) ଏବଂ ବିରିଡିହା ଗ୍ରାମର ଆର୍ତ୍ତ ଜେନା (୭୦)। ପ୍ରାପ୍ତ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ସାଢ଼େ ୧୦ଟାବେଳେ କେଶଦୁରାପାଳର ଲମ୍ବୋଦର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ଖବର ପାଇ ଘସିପୁରା ପୁଲିସ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ବରିଡିହା ଗ୍ରାମର ଆର୍ତ୍ତ ଜେନା (୭୦) ଗତକାଲି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ପାଣିରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।
Follow Us