ବାଇକ୍ ଟାଟାଏସି ମୁହାଁମୁହିଁ ଧକ୍କାରୁ ୨ ମୃତ

Advertisment
ବାଇକ୍ ଟାଟାଏସି ମୁହାଁମୁହିଁ ଧକ୍କାରୁ ୨ ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୀରମହାରାଜପୁର ରାସ୍ତା ମହଦାଠାରେ ସୋମବାର ବାଇକ ଓ ଟାଟାଏସି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶେଷଦେବ ବେହେରା ଓ ତାଙ୍କ ପୁଅ ଉତ୍ତମ ବେହେରା। ଆଉ ଜଣେ ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସୋନପୁର ପଟୁ ଗୋଟିଏ ବାଇକରେ ଶେଷଦେବ, ତାଙ୍କ ପୁଅ ଉତ୍ତମ ଓ ଆଉ ଜଣେ ବସି ବିରମହାରାଜପୁର ଆଡକୁ ଆସୁଥିଲେ। ସମ୍ମୁଖରୁ ଆସୁଥିବା ଏକ ମାର୍ବଲ ବୋଝେଇ ଟାଟା ଏସି ସହିତ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସୁବଳୟା ନିକଟ ଟିକ୍ରାପଡାର ଶେଷଦେବଙ୍କ ମୃତ୍ୟୁ ହୋଇଥିଲା। ଉତ୍ତମ ଓ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପୋଲିସ ଅଗ୍ନିଶମ ବିଭାଗ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମଙ୍କ ଜୀବନ ଯାଇଥିଲା।

ଆଉ ଜଣଙ୍କ ଅବସ୍ଥା ସାଂଘାତିକ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ତେବେ ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଉତ୍ତେଜନାକୁ ଦେଖି ବୀରମହାରାଜପୁର  ଥାନା ଅଧିକାରୀ ଅଞ୍ଜଳି ବେହେରାଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe