ଦନ୍ତା ନେଲେ ଦୁଇ ଜୀବନ

Advertisment
ଦନ୍ତା ନେଲେ ଦୁଇ ଜୀବନ

telegraphindia.com

ଓଡ଼ାପଡ଼ା/ ଛେଣ୍ଡିପଦା : ଆଜି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ଦନ୍ତା ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ର ଗୁଣଦେଇପୁର ଗ୍ରାମରେ ଏକ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇରେ ଜଣେ ବୃଦ୍ଧାଙ୍କ ଜୀବନ ଚାଲି ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଗୁଣଦେଇ ଗ୍ରାମର ମଙ୍ଗରାଜ ପାତ୍ର (୬୫) ତାଙ୍କ ଘର ନିକଟ ଏକ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ମଙ୍ଗରାଜଙ୍କୁ ପାଦରେ ଦଳି ମାରିଦେଇଥିଲା।

ସେହିପରି ଆଜି ସକାଳ ୯ ଟାରେ ଛେଣ୍ଡିପଦା ଥାନା କଣଲୋଇ ଗ୍ରାମର ଦୁ‌େର୍ଯ୍ୟାଧନ ମାଝୀଙ୍କ ପତ୍ନୀ ଖେଡି ମାଝୀ(୭୦) ନିକଟ ତଳତଇଳା କାଜୁ ବଗିଚାରୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଗୋଠଛଡ଼ା ହୋଇ ବୁଲୁଥିବା ଏକ ନରହନ୍ତା ଦନ୍ତା ଖେଡ଼ିଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ମାରିଦେଇଥିଲେ। ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ଓ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଉକ୍ତ ଦନ୍ତାଟି ଗତ ୭ ବର୍ଷ ମଧ୍ୟରେ ୩୪ ଜଣଙ୍କୁ ମାରିଥିବା କୁହାଯାଉଛି। ଉକ୍ତ ନରହନ୍ତା ଦନ୍ତାକୁ କାବୁ କରି ଏହାର ଦାନ୍ତ କାଟିବା ପାଇଁ ବନବିଭାଗର ସମସ୍ତ ଉଦ୍ୟମ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe