ବଜ୍ରାଘାତରେ ୨ମୃତ

Advertisment
ବଜ୍ରାଘାତରେ ୨ମୃତ

Thesheet.ng

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଇଲଗୁଡା ଓ ମୁଣ୍ଡାଗାଁ ଗ୍ରାମରେ ବଜ୍ରାଘାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଉଭୟ ଘଟଣାରେ ଟିକିରି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ମଇଲଗୁଡା ଗ୍ରାମର ଆଲମେ ମାଝୀ(୩୧) ଓ ରୁଲମେ ମାଝୀ ଆଜି ଅପରାହ୍ନରେ ଟିକିରିରୁ ଘରକୁ ଫେରିବା ସମୟରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଉଭୟେ ଆଶ୍ରୟ ନେଇଥିବା ଗଛ ନିକଟରେ ବଜ୍ରାଘାତ ହେବାରୁ ୨ ଜଣ ଅଚେତ ହୋଇଯାଇଥିଲେ। ଗ୍ରାମବାସୀ ଉଭୟ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଡାକ୍ତର ଆଲମେଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରୁଲମେଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁ ଗ୍ରାମର ଜଗା ଲୋହରା(୫୫) ଆଜି ଅପରାହ୍ନରେ ଗାଁ ନିକଟସ୍ଥ ଜମିରେ କାମ କରୁଥିବା ସମୟରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ହଠାତ୍ ଜମି ନିକଟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ଜଗାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe