ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

ରାଇରଙ୍ଗପୁର/ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କଟାସ୍‌ ଛକରେ ଆଜି ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଇରଂଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣକ ଘର ବିଶୋଇ ବ୍ଲକ ଅନ୍ତର୍ଗତ ଏନ୍‌ବି ପୋଖରିଆ ପଞ୍ଚାୟତର ଘୋଡ଼ାବିନ୍ଧା ଗ୍ରାମରେ। ମାତ୍ର ସେମାନଙ୍କ ପରିଚୟ ମିଳି ପାରିନି। ସୂଚନା ଅନୁସାରେ, ସଂଧ୍ୟା ପ୍ରାୟ ୯ଟା ହେବ। ୪୯ ନମ୍ବର ଜାତୀୟ ରାଜପଥରେ ୩ ଜଣ ବାଇକ୍‌ରେ ଯାଉଥିଲେ। ସେମାନଙ୍କୁ କଟାସ୍‌ ଛକରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିଶୋଇ ଓ ପରେ ରାଇରଂଗପୁର ମେଡିକାଲକୁ ପଠାଯାଇଛି। ଘଟଣାସ୍ଥଳରେ ବିଶୋଇ ଥାନା ପୁଲିସ୍‌ ପହଞ୍ଚି ଶବ ଉଦ୍ଧାର କରିବା ସହ ଦୁର୍ଘଟଣା ସଂପର୍କରେ ତଦନ୍ତ ଚଳାଇଛି। ତେବେ ବାଇକ୍‌ଟି ଜଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe