ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

Advertisment
ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

image source-odishapolice.gov.in

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଳ ଗ୍ରାମରେ ଶନିବାର ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ।  ସେମାନଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମ ବୋଲି ଜଣାପଡ଼ିଛି । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ସୂଚନା ଅନୁଯାୟୀ,  ଚିଲାଣ୍ଡିଖୋଳ ଗ୍ରାମରେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତି ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ଉଭୟଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe