ମହଙ୍ଗା ଭତ୍ତା ୨% ବୃଦ୍ଧି

ମହଙ୍ଗା ଭତ୍ତା ୨% ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ୨% ବୃଦ୍ଧି କରିଛନ୍ତି। ୨୦୧୮ ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିବା ପରେ ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି। ଏଥିସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫%ରୁ ୭%କୁ ବୃଦ୍ଧି ପାଇଛି। ସେହିପରି ସଂଶୋଧିତ ହାରରେ ପେନସନ୍‌ ପାଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଟିଆଇରେ ମଧ୍ୟ ୨% ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ସଂଶୋଧିତ ହାରରେ ଯେଉଁମାନେ ପେନସନ୍‌ ପାଉନାହାନ୍ତି, ସେମାନଙ୍କ ଟିଆଇରେ ସରକାର ୩% ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe