ବାଲେଶ୍ୱରରେ ଆଉ ୨ ଡେଙ୍ଗୁରୋଗୀ

Advertisment
ବାଲେଶ୍ୱରରେ ଆଉ ୨ ଡେଙ୍ଗୁରୋଗୀ

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ରବିବାର ସକାଳେ ଭୋଗରାଇ ଓ ବସ୍ତା ଅଞ୍ଚଳରୁ ଦୁଇଜଣ ଡେଙ୍ଗୁରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୋଗରାଇ ରସଲପୁର ଅଞ୍ଚଳର ପବିତ୍ର ବାରିକ ଏକ ସପ୍ତାହ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ। ଜ୍ୱର ନ କମିବାରୁ ସେ ରବିବାର ବାଲେଶ୍ୱର ଆସି ରକ୍ତ ପରୀକ୍ଷା କରିବା ପରେ ତାଙ୍କୁ ଡେଙ୍ଗୁ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ସେହିପରି ବସ୍ତା ବ୍ଲକ୍‌ ଇଡ଼ିଦା ପଞ୍ଚାୟତ ନରସିଂପୁର ଗାଁର ସ୍ୱପ୍ନା ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱପ୍ନାଙ୍କୁ ୧୫ ଧରି ଜ୍ୱର ଲାଗି ରହିଥିଲା। ଆଜି ରକ୍ତ ପରୀକ୍ଷା ପରେ ତାଙ୍କର ଡେଙ୍ଗୁ ପଜିଟିଭ ବାହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe