ଗ୍ୟାସ ପାଇପଲାଇନ ନିର୍ମାଣ ବେଳେ ଅଘଟଣ: କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ

ଗ୍ୟାସ ପାଇପଲାଇନ ନିର୍ମାଣ ବେଳେ ଅଘଟଣ: କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣ। ଗ୍ୟାସ ପାଇପ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ, ୩ ଗୁରୁତର। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁଇ ମୃତକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଉଭୟଙ୍କ ଘର ମହାରାଷ୍ଟ୍ରରେ।  ଆହତମାନଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡ଼ିଛି।

ଗେଲ୍ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ପାଇପ ଲାଇନ ନିର୍ମାଣ ଚାଲିଥିବା ବେଳେ ଆଜି କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା। ଅଚାନକ କମ୍ପ୍ରେସର ଚାପାରେ ଦୁଇ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଏକ ଘରୋଇ କମ୍ପାନି ପକ୍ଷରୁ ରାଜ୍ୟ ବାହାରର ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଇଟାମାଟି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe