କାଳବୈଶାଖୀର ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କ ଜୀବନ

Advertisment
କାଳବୈଶାଖୀର ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କ ଜୀବନ

ବାସୁଦେବପୁର/ବିଦେଇପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଆଜି ଅପରାହ୍ନ ୪ ଘଟିକା ସମୟରେ କାଳବୈଶାଖୀ ତାଣ୍ତବ ରଚାଇଛି । ବ୍ଲକର କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେନଗର ପଞ୍ଚାୟତର ବଜ୍ରାଘାତରେ ଦୁଇ ଜଣଙ୍କର ପ୍ରାଣ ଯାଇଛି। ମୃତକ ଦୁଇ ଜଣଙ୍କ ନାମ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମୌସୁମୀ ହୋତା ବୋଲି ଜଣାପଡିଛି | ବିଷ୍ଣୁପଦ କୌଣସି କାମରେ ବାହାରକୁ ଯାଇଥିଲେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ | ଅନ୍ୟପଟେ ସେହି ଗ୍ରାମର ମୌସୁମୀ ହୋତା(୨୪) ଗୁହାଳରେ ଘର କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଉଭୟଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଏଥି ସହ କାଳବୈଶାଖୀରେ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି | କିଷ୍ମତ୍ କୃଷ୍ଣପୁରରେ ଦୋକାନ ଘର ଭାଙ୍ଗିବା ସହ ଗାଁର ବିଦ୍ୟୁତ୍ ଖୁଣ୍ଟ ,ଅନେକ ଗଛ ଭାଙ୍ଗି ଘର ଏବଂ ରାସ୍ତାରେ ଅବରୋଧ କରିଛି।

ବିନୋବାଭାବେନଗରରେ ଅଧିକାଂଶ ଘର ଭାଙ୍ଗିବା ସହ ଚାଳଛପର ଉଡାଇନେଇଛି ବାସୁଦେବପୁର ଏବଂ ଧାମାରା ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ସାନକୃଷ୍ଣପୁର, କିଷ୍ମତକୃଷ୍ଣପୁର, ଲକ୍ଷ୍ମୀଦାସପୁର, ବିନୋବାଭାବେନଗର, କଶିଆ ଆଦି ପଞ୍ଚାୟତରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe