ମାଳିପଦର ଜଙ୍ଗଲରେ ଏସ୍ଓଜି-ନକ୍ସଲ ଗୁଳି ବିନିମୟ: ଦୁଇ ମାଓବାଦୀ ନିହତ

Advertisment
ମାଳିପଦର ଜଙ୍ଗଲରେ ଏସ୍ଓଜି-ନକ୍ସଲ ଗୁଳି ବିନିମୟ: ଦୁଇ ମାଓବାଦୀ ନିହତ

update odisha

ଜୟପୁର/ବୈପାରିଗୁଡା: କୋରାପୁଟ ଜିଲ୍ଲା  ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରେ ଏସ୍ଓଜି ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ୨  ମାଓବାଦୀଙ୍କ ପ୍ରାଣହାନି ଘଟିଥିବାର ବି ଖବର ମିଳିଛି। ଏସଂପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା କୁହାଯାଉଛି।

ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର୍ ଜଙ୍ଗଲରେ ଦୁଇ ମାଓବାଦୀ ମୃତ ହୋଇଥିବା ସ୍ପଷ୍ଟ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ଏସଓଜି ଯବାନ ମଧ୍ୟରାତିରେ କମ୍ବିଂ ଅପରେସନ କରୁଥିବା ସମୟରେ ଜଙ୍ଗଲରେ ପାଖାପାଖି ୨୦ରୁ ଉର୍ଦ୍ଧ୍ବ ମାଓବାଦୀ ଶିବିର କରି ରହିଥିବା ଜଣା ପଡ଼ିଥିଲା । ଏସ‌ଓଜି ଯବାନଙ୍କ ସହ ଗୁଳି ବିନିମୟରେ ଦୁଇ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା।ମୃତ ମାଓବାଦୀମାନଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ବିଏସଏଫ ଫୋର୍ସ ମୁତୟନ କରାଯାଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe