Global Underwater Explorers
ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ବକଟି ପଂଚାୟତ କୁଶନପୁରୀ ବଡ଼ବନ୍ଧରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଗ୍ରାମର ରାମ ବାରିହା (୬୩) ଓ ଡମ୍ବରୁ ଭୁଏ ଓରଫ୍ ଶୁକ୍ରୁ (୪୪)। ଦୁହେଁ ନିଜନିଜ ଘରୁ ଗୁରୁବାର ସକାଳ ୧୦ଟାରେ ବାହାରି ସନ୍ଧ୍ୟା ପର୍ଯ୍ୟନ୍ତ ଫେରିନଥିଲେ। ଫଳରେ ଗୁରୁବାର ରାତିରେ ଓ ଶୁକ୍ରବାର ଦିନ ସାରା ପରିବାରଲୋକେ ବିଭିହ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସନ୍ଧ୍ୟାରେ ବଡ଼ବନ୍ଧ ହିଡ଼ରେ ସେମାନଙ୍କ ସାର୍ଟ ପଡ଼ିଥିବା ଦେଖିଥିଲେ ।
ଶନିବାର ସକାଳେ ପରିବାରଲୋକେ ଭେଡ଼େନ ଥାନା ପହଂଚି ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସଠାରୁ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପୋଖରୀ ଖୋଜାଖୋଜି କରିବା ପରେ ୨ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାମ ଏବଂ ଡମ୍ବରୁ ପୋଖରୀକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପଦ୍ମଫୁଲ ତୋଳିବାକୁ ଯାଇ ବୁଡ଼ି ଯାଉଥିବାର ଦେଖି ଆଉ ଜଣେ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡ଼ି ଯାଇଥିବା ପୁଲିସ୍ କହୁଛି। ଉଭୟଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ଦାବି ହୋଇଛି।
Follow Us