IndiaFilings
ଭୁବନେଶ୍ବର: ଗଞ୍ଜାମ ବୁଗୁଡ଼ାର ୨ ଭାଇ ତଥା କୁଖ୍ୟାତ ନିଶା ମାଫିଆ ବନମାଳି ପ୍ରଧାନ ଓ ଅରୁଣ କୁମାର ପ୍ରଧାନକୁ ଗିରଫ କରିଛି ଏସ୍ଟିଏଫ୍। ଗଞ୍ଜେଇ ବିକ୍ରି କରିବା ପାଇଁ ଯାଉଥିବା ବେଳେ ୨ଭାଇଙ୍କୁ ଧରିଥିଲା ଏସ୍ଟିଏଫ୍। ଘଟଣାସ୍ଥଳରୁ ସେମାନଙ୍କ ପାଖରୁ ୧୦୭କେଜି ଗଞ୍ଜେଇ ଜବତ କରିଥିଲା। ପରେ ଉଭୟଙ୍କ ଘର ଛାନଭିନ୍ କରିବା ପରେ ୫୧୭ଗ୍ରାମ୍ ଅଫିମ ଜବତ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିଶା କାରବାର କରି ଗଚ୍ଛିତ ରଖିଥିବା କଳା ଧନକୁ ମଧ୍ୟ ଠାବ କରିଛି ଏସ୍ଟିଏଫ୍। ପ୍ରାୟ ୬୦.୭ଭରି ସୁନା, ୨୦ଭରି ରୁପା, ଗୋଟିଏ ଇନୋଭା କାର୍ ସହିତ ୨୯ଟି ଜମି ପ୍ଲଟ ମଧ୍ୟ ଜବତ କରିଛି। ତେବେ ଏସବୁ ନିଶା କାରବାର କରି ୨ ଭାଇ ଉପାର୍ଜନ କରିଥିବାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାର କମ୍ପିଟେଣ୍ଟ ଅଥରିଟି କୋର୍ଟରେ ଏସ୍ଟିଏଫ୍ ଆବେଦନ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଉଭୟଙ୍କୁ ଆଗାମୀ ଦିନରେ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ୍ ଡିଏସ୍ପି ତଥା ପିଆର୍ଓ ସଚ୍ଚିଦାନନ୍ଦ ରଥ ସୂଚନା ଦେଇଛନ୍ତି।
Follow Us